ଭିକାରିଙ୍କୁ ଥଇଥାନ କରାଯିବ

Advertisment

ତିନି ଜୋନ୍‌ରେ ହେବ ତିନିଟି ଥଇଥାନ କେନ୍ଦ୍ର, ୩୦୦ ଭିକାରିଙ୍କ ରହିବା ବ୍ୟବସ୍ଥା ହେବ

ତିନି ଜୋନ୍‌ରେ ହେବ ତିନିଟି ଥଇଥାନ କେନ୍ଦ୍ର, ୩୦୦ ଭିକାରିଙ୍କ ରହିବା ବ୍ୟବସ୍ଥା ହେବ

କଟକ ଜିଲ୍ଲାରେ ଅଧିକ ଭିକାରୀ, ବୌଦ୍ଧରେ ସବୁଠୁ କମ୍‌

ଭୁବନେଶ୍ବର : ରାଜଧାନୀକୁ ଭିକାରୀମୁକ୍ତ ସହର କରାଯିବ। ହେଲେ କୌଣସି ଭିକାରି ବେକାର ହେବେନି। ସେମାନଙ୍କର ଗୁଣ, କୌଶଳ ଓ ସାମର୍ଥ୍ୟ ଅନୁଯାୟୀ ରୋଜଗାରକ୍ଷମ କରାଯିବ। ଏଥିପାଇଁ ବିଏମ୍‌ସି ତିନିଟି ଭିକାରି ଥଇଥାନ କେନ୍ଦ୍ର କରିବ। ତିନିଟି ଜୋନ୍‌ରେ ତିନିଟି ଥଇଥାନ କେନ୍ଦ୍ର ହେବାକୁ ଥିବାବେଳେ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଭିକାରି ରହିବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ପୂରା ଭୁବନେଶ୍ବରରେ କେତେ ଲୋକ ଭିକ୍ଷାବୃତ୍ତି କରୁଛନ୍ତି ତାହା ଚିହ୍ନଟ କରାଯିବ। ସେମାନଙ୍କୁ ଥଇଥାନ କେନ୍ଦ୍ରରେ ରଖି ଆବଶ୍ୟକ ପରାମର୍ଶ ଓ ଆଲୋଚନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଯିବ। ଏଥିପାଇଁ ଏକ ପେଷାଦାର ସଂସ୍ଥାକୁ ନିୟୋଜିତ କରାଯିବ। ଯିଏ ଭିକାରିଙ୍କୁ ବିଭିନ୍ନ କାର୍ଯ୍ୟ ଦେବ ଏବଂ ସେମାନଙ୍କ ସାମଗ୍ରୀକୁ ବିକ୍ରି କରି ‌ତାଙ୍କୁ ଟଙ୍କା ଦେବ। ଏହାଦ୍ବାରା ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ସ୍ବାଭିମାନର ସହ ବଞ୍ଚିପାରିବେ।

ପ୍ରତ୍ୟେକ ଥଇଥାନ କେନ୍ଦ୍ରରେ ବୟୋଜ୍ୟେଷ୍ଠ ବର୍ଗ, ମହିଳା ଓ ଶିଶୁ ବର୍ଗ, ଭିନ୍ନକ୍ଷମ ବର୍ଗ ରହିବ। ସେମାନଙ୍କୁ ପୃଥକପୃଥକ ରଖାଯିବ। ଏବେ ଭିକାରିମାନଙ୍କୁ ବାସହରାଙ୍କ ସହ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଉଥିବାବେଳେ ଖୁବ୍‌ ଶୀଘ୍ର ସେମାନଙ୍କୁ ପୃଥକପୃଥକ ରଖାଯିବ। ଏକ ପେସାଦାର ସଂସ୍ଥା ଚୟନ ପାଇଁ ଆର୍‌ଏଫ୍‌ପି ଆହ୍ବାନ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe