ବେହେରା ସାହି ରାସ୍ତା ଡିଜାଇନ୍‌ ବଦଳିବ

ଜାତୀୟ ରାଜପଥରୁ ପାଣି ନିଷ୍କାସନ ଚିନ୍ତା

ବେହେରା ସାହି ରାସ୍ତା ଡିଜାଇନ୍‌ ବଦଳିବ

ଭୁବନେଶ୍ୱର: ଇସ୍କନ୍‌ ସମ୍ମୁଖରେ ଜାତୀୟ ରାଜପଥ ଉପରେ ଜମୁଥିବା ପାଣି ନିଷ୍କାସନ ପାଇଁ ଜାତୀୟ ରାଜପଥ ଉପରେ ସ୍ଥାୟୀ ସମାଧାନର ବାଟ ବାହାରୁ ନଥିବାରୁ ବିଏମ୍‌ସି ବିକଳ୍ପ ବ୍ୟବସ୍ଥା ଚିନ୍ତା କରିଛି। ଇସ୍କନ୍‌ ମନ୍ଦିର ପାର୍ଶ୍ୱରୁ ପାଣି ରାସ୍ତା ଅତିକ୍ରମ କରି ବେହେରା ସାହି ଦେଇ ମୁଖ୍ୟ ଡ୍ରେନ୍‌ ୧୦ରେ ମିଶୁଛି। କିନ୍ତୁ ଅଣ ଓସାରିଆ ଓ ବୁଲି ବୁଲି ଡ୍ରେନ୍‌ ଯାଇଥିବାରୁ ଡ୍ରେନ୍‌ ପାଣି ସହଜରେ ନିଷ୍କାସନ ହୋଇପାରୁନି। ତେଣୁ ବେହେରା ସାହି ଭିତର ରାସ୍ତା ବଦଳାଇବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ପ୍ରାୟ ୫୦୦ମିଟର ରାସ୍ତାର ଡିଜାଇନ୍‌ ବଦଳାଇବାକୁ ଆଜି ମାପଚୁପ ଶେଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥର ସର୍ଭିସ୍‌ ରୋଡ୍‌ରୁ ବେହେରା ସାହିକୁ ପଡ଼ିଥିବା ରାସ୍ତା ଖିମ୍‌ଜି ଲେନ୍‌ ଠାରୁ ଅର୍ଦ୍ଧ ଗୋଲେଇ ହୋଇ ଯାଉଛି। ଡ୍ରେନ୍‌ ବି ସେହିପରି ଯାଇଛି। ତେଣୁ ଖିମ୍‌ଜି ଲେନ୍‌ରୁ ବେହେରା ସାହିକୁ ପଡ଼ିଥିବା ରାସ୍ତାକୁ ସିଧା ନିଆଯିବ। ଏହା ସମାନ୍ତରାଳରେ ଡ୍ରେନ୍‌ ଯିବ। ଏଥିପାଇଁ ଜମି ବିଶେଷ ବାଧକ ସାଜିବନି। ଏଠାରେ ଥିବା ସରକାରୀ ଜମି ଅବରୋଧ ହୋଇଥିବାରୁ ଏହାକୁ ଉଚ୍ଛେଦ କରାଯିବ। ଏହାସହ ଆବଶ୍ୟକସ୍ଥଳେ ଜମି ଅଧିଗ୍ରହଣ ହେବ ବୋଲି ନିଷ୍ପତ୍ତି ହୋଇଛି।

ଆଜି ସାଇଫନ୍‌ ନିକଟରେ ବର୍ଷ ବର୍ଷ ଧରି ଜମି ରହିଥିବା ଆବର୍ଜନାକୁ ସଫା କରାଯିବା ସହ ଡ୍ରେନ୍‌ରୁ ପଥର ଏବଂ ଆବର୍ଜନା ସଫା କରାଯାଇଥିଲା। ଆଜିର ସଫେଇ ଓ ସମସ୍ତ କାର୍ଯ୍ୟ ବିଡିଏର ଅତିରିକ୍ତ କମିସନର୍‌ ଭବାନୀ ଶଙ୍କର ଚଇନି ଏବଂ ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ହୋଇଥିଲା। ରବିବାର ପୂର୍ବାହ୍ନରେ ପ୍ରେସିଡେନ୍ସି ହୋଟେଲ ସମ୍ମୁଖରେ ପୋତି ହୋଇଯାଇଥିବା ଡ୍ରେନ୍‌ ସଫେଇ କରାଯିବ ସହ ଜାତୀୟ ରାଜପଥ କଡ଼ରେ ଡ୍ରେନ୍‌ ସଫେଇ ହେବ। ଏହାସହ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe