ପ୍ରତିଭା ଓ ଇଚ୍ଛାଶକ୍ତି ଥିଲେ ଆଇଏଏସ୍‌ ହେବା କଷ୍ଟ ନୁହେଁ

ପ୍ରତିଭା ଓ ଇଚ୍ଛାଶକ୍ତି ଥିଲେ ଆଇଏଏସ୍‌ ହେବା କଷ୍ଟ ନୁହେଁ

‘ସିଭିଲ୍‌ ସର୍ଭିସ୍‌ରେ ଓଡ଼ିଆ’ ଶୀର୍ଷକ ଅଧିବେଶନରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କସ୍ତୁରୀ ପଣ୍ଡା କହିଛନ୍ତି, ପ୍ରତିଟି ସ୍ନାତକ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ଯୋଗ୍ୟ। ପ୍ରତିଭା ଓ ଇଚ୍ଛାଶକ୍ତି ଥିଲେ, ଆଇଏଏସ୍‌ ପାଇବା କଷ୍ଟ ନୁହେଁ। ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ଏହି କଷ୍ଟ ଭିନ୍ନ ଓ ଅତ୍ୟଧିକ ହୋଇପାରେ। ଏଥିପାଇଁ ପିଲାମାନଙ୍କର କିଛି ଦୋଷ ନାହିଁ। ଆମ ଶିକ୍ଷା ବ୍ୟବସ୍ଥାରେ ହିଁ ପରିବର୍ତ୍ତନର ଆବଶ୍ୟକତା ରହିଛି।

ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା ସତ୍ୟପ୍ରକାଶ ମିଶ୍ର କହିଛନ୍ତି, ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ସହ ରାଜ୍ୟ ସରକାର ଯଦି ଏବେ ସିଭିଲ୍‌ ସର୍ଭିସ୍‌ରେ କୃତକାର୍ଯ୍ୟ ଶିକ୍ଷାର୍ଥୀଙ୍କୁ ନେଇ ଏକ ଫୋରମ୍‌ ତିଆରି କରନ୍ତି ଓ ପିଲାମାନଙ୍କୁ ଏକ ନିରନ୍ତର ମାର୍ଗଦର୍ଶନ ଦିଅନ୍ତେ, ତେବେ ଓଡ଼ିଶା ଛାତ୍ରଛାତ୍ରୀ ଆହୁରି ଅଧିକ ସଫଳତା ପାଇପାରନ୍ତେ। ଅଧିବେଶନକୁ ମାନସ ରଂଜନ ଦାଶ ସଂଯୋଜନା କରିଥିଲେ।

ଟପର୍‌ଙ୍କ ମୁହଁରେ ସଫଳତାର ସୂତ୍ର

publive-image

ଦଶମ ବୋର୍ଡ ପରୀକ୍ଷାରେ ଟପର୍‌ ଯାଜପୁର ଜିଲ୍ଲା ରାମପୁର ପଞ୍ଚାୟତ ହାଇସ୍କୁଲ୍‌ର ଶ୍ରେୟାଶ୍ରୀ ଜେନା, ଦଶମ ବୋର୍ଡ ପରୀକ୍ଷା(ସିବିଏସ୍‌ଇ)ରେ ଟପର୍‌ ଭୁବନେଶ୍ବର ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ସ୍ବାତୀ ସୁଚରିତା ସାହୁ ଓ ଭୁବନେଶ୍ବର ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ନବନୀତ୍‌ ପ୍ରିୟଦର୍ଶୀ ଏବଂ ସିବିଏସ୍‌ଇ ଯୁକ୍ତ ଦୁଇ ପରୀକ୍ଷାରେ ଟପର(ବିଜ୍ଞାନ) ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ପ୍ରତିଷ୍ଠା ପାଲ ପ୍ରମୁଖ ଯୋଗଦେଇ ନିଜ ସଫଳତାର ସୂତ୍ର ବଖାଣିଥିଲେ। କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ସେମାନେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe