ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଝାରପଡ଼ାରେ ଜବରଦଖଲ ଉଚ୍ଛେଦ

ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଝାରପଡ଼ାରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ଝାରପଡ଼ା ମୌଜାରେ ହେବାକୁ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆଜି ପ୍ରସ୍ତାବିତ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୩୪୮ ଡିସିମିଲ ଜାଗାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ କରାଯିବ। ତେବେ ଏଠାରେ ମନ୍ଦିର ସମେତ ଏକ କ୍ଲବ୍‌ ଘର ଗଢ଼ି ଉଠିଥିଲା। ତେଣୁ ଏସବୁର ଉଚ୍ଛେଦ ବେଳେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ପ୍ରତିବାଦ ହୋଇଥିଲା। ବେଶ କିଛି ସମୟ ଉଚ୍ଛେଦକାରୀ ଦଳ ସହିତ ବଚସା ହେବା ପରେ ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଥିଲା।

ଓ୍ଵାର୍ଡ ନଂ ୩୩ ଅଧୀନରେ ଥିବା ଝାରପଡ଼ା ମୌଜାରେ ଏକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୩୪୮ ଡିସିପିଲ ଜାଗା ଯୋଗାଇ ଦିଆଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ବିଏମ୍‌ସି ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଜବରଦଖଲ ଯୋଗୁଁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଜବରଦଖଲମୁକ୍ତ କରିବା ପାଇଁ ବିଏମ୍‌ସି ପକ୍ଷରୁ ମିଳିତ ଉଚ୍ଛେଦକାରୀ ଦଳକୁ ନିର୍ଦେଶ ଦିଆଯାଇଥିଲା। ଏଥିପାଇଁ ୩ଟି ବୁଲଡୋଜର ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲେ। ତେବେ ଉଚ୍ଛେଦ ସମୟରେ ସ୍ଥାନୀୟ କ୍ଲବ୍‌ କର୍ମକର୍ତା ପ୍ରତିରୋଧ କରିବାରୁ କିଛି ସମୟ ପାଇଁ ଉଚ୍ଛେଦ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ତେବେ ଘଟଣାସ୍ଥଳରେ ମୁତୟନ ହୋଇଥିବା ପୁଲିସ ହସ୍ତକ୍ଷେପ କରିବା ପରେ ଉଚ୍ଛେଦ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଥିଲା। ଉଚ୍ଛେଦକାରୀ ଦଳ ଏକ ମନ୍ଦିର, ଗୋଟିଏ ଲେଖାଏଁ ଅସ୍ଥାୟୀ ହୋଟେଲ ଓ ଚିକେନ୍‌ ଦୋକାନ, ୮ଟି କ୍ୟାବିନ୍‌ ଓ ୧୫ଫୁଟର ଏକ ସିମେଟ ଚଟାଣକୁ ଭାଙ୍ଗି ଦେଇଥିଲେ। ଉଚ୍ଛେଦସ୍ଥଳରେ ବିଡିଏ ଓ ବିଏମ୍‌ସର ଅଧିକାରୀମାନଙ୍କ ସହିତ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ୨ ପ୍ଲାଟୁନ୍‌ ପୁରୁଷ ଓ ଗୋଟିଏ ସେକ୍ସନ୍‌ ମହିଳା ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe