ରଙ୍ଗବତୀ ଗୀତରେ ନାଚିଲେ ବେଲଜିୟମ୍‌ ଖେଳାଳି

Advertisment
ରଙ୍ଗବତୀ ଗୀତରେ ନାଚିଲେ ବେଲଜିୟମ୍‌ ଖେଳାଳି

ଚନ୍ଦ୍ରଶେଖରପୁର: ରଙ୍ଗବତୀ ଗୀତରେ ଝୁମିଥିଲେ ବେଲଜିୟମ୍‌ ‌ଖେଳାଳି। ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମଞ୍ଚରେ ନାଚିଥିଲେ। ସମ୍ବଲପୁରୀ ବାଦ୍ୟର ତାଳେ ତାଳେ ଖେଳାଳିଙ୍କ ନୃତ୍ୟରେ ମତୁଆଲା ହୋଇଉଠିଥିଲେ ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀ। ହକି ବିଶ୍ବକପ୍‌ ଖେଳିବାକୁ ଥିବା ବେଲଜିୟମ୍‌ ଟିମ୍‌ ଆଜି ପୂର୍ବାହ୍ଣରେ ଡିଏଭି ଚନ୍ଦ୍ରଶେଖରପୁରକୁ ଗସ୍ତ କରିଥିଲେ। ଦଳର ଖେଳାଳି ଓ ସହଯୋଗୀ ଅଧିକାରୀମାନେ କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପାରମ୍ପରିକ ଓଡ଼ିଶୀ ନୃତ୍ୟ, ବ୍ୟାଣ୍ଡ ପାର୍ଟି ସହ ଏନ୍‌ସିସି କ୍ୟାଡେଟ୍‌ମାନେ ପାଛୋଟି ନେଇଥିଲେ। ସ୍କୁଲ ଅଧ୍ୟକ୍ଷ ଡ. କେ ସି ଶତପଥୀ, ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ, ସୁପରଭାଇଜର୍‌ ନିହାରିକା ଗନ୍ତାୟତ, ପ୍ରମୋଦ କୁମାର ପାତ୍ର ପ୍ରମୁଖ ଖେଳାଳିଙ୍କୁ ପଟ୍ଟଚିତ୍ର ପ୍ରଦାନ କରି ସ୍ବର୍ଦ୍ଧିତ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ସହ ବେଲଜିୟମ୍‌ର ଖେଳାଳିମାନେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe