ବେଣାପଞ୍ଜରୀ ଥରହର: ଖଣ୍ଡାରେ ହାଣିଲେ ବୋମାମାଡ଼ କରି ଖସିଗଲେ

Advertisment

ପ୍ରାୟ ମାସକ ପରେ ପୁଣି ଜଟଣୀ ଥାନା ବେଣାପଞ୍ଜରୀ ଗାଁ ବୋମାମାଡ଼ରେ ଥରହର ହୋଇଛି। ଦୁର୍ବୃତ୍ତମ‌ାନେ ଆଜି ସନ୍ଧ୍ୟାରେ ଗାଁ ମସଜିଦ୍‌ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଗୁରୁତର କରିବା ପରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।

ପ୍ରାୟ ମାସକ ପରେ ପୁଣି ଜଟଣୀ ଥାନା ବେଣାପଞ୍ଜରୀ ଗାଁ ବୋମାମାଡ଼ରେ ଥରହର ହୋଇଛି। ଦୁର୍ବୃତ୍ତମ‌ାନେ ଆଜି ସନ୍ଧ୍ୟାରେ ଗାଁ ମସଜିଦ୍‌ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଗୁରୁତର କରିବା ପରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।

attack

ଜଟଣୀ: ପ୍ରାୟ ମାସକ ପରେ ପୁଣି ଜଟଣୀ ଥାନା ବେଣାପଞ୍ଜରୀ ଗାଁ ବୋମାମାଡ଼ରେ ଥରହର ହୋଇଛି। ଦୁର୍ବୃତ୍ତମ‌ାନେ ଆଜି ସନ୍ଧ୍ୟାରେ ଗାଁ ମସଜିଦ୍‌ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଗୁରୁତର କରିବା ପରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ‌ଗୁରୁତର ଯୁବକ ହେଲେ ମହମ୍ମଦ ଅଖ୍‌ତର୍‌। ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି ବୋଲି ଅନୁମାନ କରାଯାଉଛି। ଲିଖିତ ଅଭିଯୋଗ ହୋଇ ନଥି‌ଲେ ହେଁ ଜଟଣୀ ଥାନା ପୁଲିସ ଗାଁରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସେହିଭଳି ଉତ୍ତେଜନାକୁ ନଜରରେ ରଖି ଗାଁରେ ପୁଲିସ ମୁତୟନ କରାଯାଇଛି ଏବଂ ବରିଷ୍ଠ ଅଧିକାରୀମ‌ାନେ ଘନଘନ ପଇଁତରା ମାରୁଛନ୍ତି।  

ଆଜି ମଧ୍ୟାହ୍ନରେ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଅଖତର୍ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ୩ଜଣ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଦାଦାବଟି ମାଗି ଆକ୍ରମଣ କରିଥିଲେ ବୋଲି ଅଖତର୍‌ କହିଥିଲେ। କିନ୍ତୁ ଗାଁ ମୁରବିମାନଙ୍କ କଥାରେ ରାଜି ହୋଇ ସେ ଥାନାକୁ ଯାଇ ନଥିଲେ। ଆଜି ସନ୍ଧ୍ୟାରେ ଆପୋସ ସମାଧାନ କରାଯିବ ବୋଲି ମୁରବିମାନେ ପ୍ରତିଶ୍ରୁତି ଦେଇଥିଲେ। ସନ୍ଧ୍ୟାରେ ଗାଁ ମସଜିଦ୍‌ ନିକଟରେ ଗଣ୍ଡଗୋଳର ସମାଧାନ ହେବ ବୋଲି ମୁରବିମାନେ କହିଥିଲେ। ମୁରବିମାନଙ୍କ କଥା ମାନି ସନ୍ଧ୍ୟାରେ ଅଖତର୍‌ ସେଠାକୁ ଯାଇଥିଲେ। କିଛି ମୁରବି ପହଞ୍ଚିଯାଇଥିଲେ ଏବଂ ଆଉ କେତେଜଣ ଆସିବେ ବୋଲି ସମସ୍ତେ ଅପେକ୍ଷା କରିଥିଲେ। ଏତିକିବେଳେ ସେହି ଦୁର୍ବୃତ୍ତମାନେ ବାଇକ୍‌ରେ ଆସିଥିଲେ ଏବଂ ଅତର୍କିତ ଭାବେ ଖଣ୍ଡାରେ ଅଖତର୍‌ଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ତାଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ଉପସ୍ଥିତ ଲୋକେ ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିବା ପାଇଁ ଉଦ୍ୟମ କରିବାରୁ ସେମାନେ ବୋମାମାଡ଼ କରିଥିଲେ। ବୋମା ବିସ୍ଫୋରଣରେ ଉକ୍ତ ସ୍ଥାନ କମ୍ପିଉଠିଥିଲା ଏବଂ ପ୍ରବଳ ଧୂଆଁ ଭିତରେ ଦୁର୍ବୃତ୍ତମାନେ ଛୁ’ ମାରିଥିଲେ। ଲୋକମାନେ ଗୁରୁତର ଅବସ୍ଥାରେ ଅଖତର୍‌ଙ୍କୁ ଡାକ୍ତରଖାନା ନେଇଥିଲେ। ସୂଚନାଯୋଗ୍ୟ ଯେ ଗତମାସ ୭ ତାରିଖ ଦିନ ଏହି ଗାଁରେ ଏକ ବିବାହ ଉତ୍ସବରେ ବୋମାମାଡ଼ ହୋଇଥିଲା। ସେହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ଆଜିର ମାମଲାକୁ ନେଇ ପୁଲିସ କହିବା କଥା ଆକ୍ରମଣର ଶିକାର ହୋଇଥିବା ଅଖତର୍‌ ନାଁରେ ବହୁ ମାମଲା ରହିଛି। ଚିହ୍ନଟ ହୋଇଥିବା ଆକ୍ରମଣକାରୀମାନେ ମଧ୍ୟ ଅପରାଧ ଜଗତରେ ସାମିଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe