ମଞ୍ଚସ୍ଥ ହେଲା ବଙ୍ଗଳା ନାଟକ ‘ନକ୍ସି କଣ୍ଟର ମଠ’

Advertisment
ମଞ୍ଚସ୍ଥ ହେଲା ବଙ୍ଗଳା ନାଟକ ‘ନକ୍ସି କଣ୍ଟର ମଠ’

ଭୁବନେଶ୍ବର: ଓଡ଼ିଶା ନାଟ୍ୟସଂଘ ପକ୍ଷରୁ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ଆଜି ଥିଲା ତୃତୀୟ ସଂଧ୍ୟା। ଆଜି ବଙ୍ଗଳା ନାଟକ ‘ନକ୍ସି କଣ୍ଟର ମଠ’ ମଞ୍ଚସ୍ଥ ହୋଇଥିଲା। ନାଟ୍ୟ ନିର୍ଦ୍ଦେଶକ ଗୌତମ ହାଲଦାରଙ୍କ ନିର୍ଦ୍ଦେଶନାରେ ପ୍ରେମ, ପ୍ରତାରଣାକୁ ନେଇ ନାଟକ ଗତିଶୀଳ ହୋଇଛି।

୧.୪୫ ମିନିଟ୍‌ ଅବଧିର ନାଟକରେ ଅଭିନେତ୍ରୀ ଦ୍ବିତୀ ଘୋଷ ହାଲଦାର ଏକକ ଅଭିନୟ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ସଂଧ୍ୟାରେ ଅତିଥି ଭାବେ ଓଡ଼ିଶା ନାଟ୍ୟ ସଂଘର ଉପଦେଷ୍ଟା ଭାସ୍କର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ନରେନ୍ଦ୍ର ମିଶ୍ର, ଲାଲା ବୀରେନ୍‌ ରାୟ, ‌ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର, ନାଟ୍ୟ ସଂଘର ସଭାପତି ହରେନ୍‌ ସାହୁ, ଯୁଗ୍ମ ସମ୍ପାଦକ ଶିବଶଙ୍କର ତ୍ରିପାଠୀ, ସମ୍ପାଦକ ଶୁଭକାନ୍ତ ପାଢ଼ୀ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଦ୍ବିତୀୟ ସଂଧ୍ୟାରେ ‘ପୁନଶ୍ଚ ଅବଲୋକରା’ ମଞ୍ଚସ୍ଥ ହୋଇଥିଲା। ନାଟକକୁ ସୀତେଶ ତ୍ରିପାଠୀ ରଚନା କରିଥିବା ବେଳେ ଦର୍ପନାରାୟଣ ସେଠୀ ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe