ପାଠପଢ଼ା ବେଳେ କ୍ୟାମ୍ପସ ବାହାରକୁ ମନା

Advertisment

ସ୍କୁଲ ପ୍ରଧାନଶିକ୍ଷକଙ୍କ ନିକଟକୁ ଚିଠି ଲେଖିଲେ ବିଇଓ

ସ୍କୁଲ ପ୍ରଧାନଶିକ୍ଷକଙ୍କ ନିକଟକୁ ଚିଠି ଲେଖିଲେ ବିଇଓ

ସିଓଆର୍‌ ପାଇବାରେ ଘରୋଇ ବିଦ୍ୟାଳୟ ବିଫଳ : ୨୫୦ ସ୍କୁଲରୁ ପାଇଛନ୍ତି ମାତ୍ର ୪୨

photo by : scoopwhoop.com

ଭୁବନେଶ୍ୱର: ରାଜଧାନୀରେ ବି ସୁରକ୍ଷିତ ନୁହନ୍ତି ଛାତ୍ରଛାତ୍ରୀ। କୌଣସି ସମୟରେ କିଛି ବି ଅଘଟଣ ଘଟିପାରେ। ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦଢ଼ ନ ଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ପିଲାଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ, ସେନେଇ ସମସ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପାଠପଢ଼ା ସମୟରେ କୌଣସି ଛାତ୍ରଛାତ୍ରୀ କ୍ୟାମ୍ପସ ବାହାରକୁ ଯିବେ ନାହିଁ। କ୍ଲାସ ଚାଲିଥିବା ବେଳେ ପିଲାମାନେ ଯେମିତି ବାହାରକୁ ନ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ କୁହାଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ପିଲାଙ୍କୁ କ୍ୟାମ୍ପସ ବାହାରକୁ ଛଡ଼ାଯିବ ନାହିଁ। ଶ୍ରେଣୀଗୃହ ଭିତରେ ରହିବେ। ପ୍ରାକୃତିକ ବିପର୍ଯ୍ୟୟଠାରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବାକୁ ବି କୁହାଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ପିଲାମାନେ ଯେପରି ବିଦ୍ୟାଳୟ କ୍ୟାମ୍ପସ୍‌ ବାହାରକୁ ନ ଆସନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି। ବର୍ଷା ଦିନ ଆସିଥିବାରୁ ସ୍କୁଲ କ୍ୟାମ୍ପସ ମଧ୍ୟରେ ବିଭିନ୍ନ ପ୍ର୍ରଜାତିର ଅନାବନା ବୃକ୍ଷଲତା ଉଠିଛି। ସ୍କୁଲ ଘର ଉପରକୁ ବି ଲଟା ମାଡ଼ି ଯାଇଛି। ତେଣୁ ସେଠାରେ ବିଷାକ୍ତ ଜୀବଜନ୍ତୁ ରହିବାର ବି ଆଶଙ୍କା ରହିଛି। ତେଣୁ ପିଲାମାନଙ୍କୁ ଉକ୍ତ ସ୍ଥାନକୁ ନ ଛାଡ଼ିବାକୁ କୁହାଯାଇଛି। ଚିହ୍ନଟ ହୋଇଥିବା ଦୁର୍ବଳ ସ୍କୁଲ କୋଠା, ମାଟିରେ ତିଆରି ହୋଇଥିବା କାନ୍ଥ ନିକଟରେ ପିଲାଙ୍କୁ ନ ବସାଇବା ଓ ସେଠାକୁ ନ ଛାଡ଼ିବାକୁ କଡ଼ା ନିର୍ଦେଶ ଦିଆଯାଇଛି। ବିଦ୍ୟୁତ୍‌ ସଂଯୋଗ ହୋଇଥିବା ସ୍ଥାନ, କ୍ୟାମ୍ପସରେ ଯେପରି ପାଣି ଜମି ନ ରୁହେ, ଖୋଲା ପୋଖରୀ ନିକଟକୁ ପିଲାମାନେ ନ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ସ୍କୁଲ କର୍ତୃପକ୍ଷଙ୍କୁ କୁହାଯାଇଛି।.

ଭୁବନେଶ୍ୱର ବିଇଓ ସସ୍ମିତା ମାଳୀ କହିଛନ୍ତି, ନିୟମିତ ବ୍ୟବଧାନରେ ବିଦ୍ୟାଳୟଗୁଡ଼ିକ ପାଇଁ ଏଭଳି ଗାଇଡ୍‌ଲାଇନ୍‌ ଜାରି ହୋଇଥାଏ। ବର୍ଷା ଦିନ ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନଙ୍କ ନିକଟକୁ ଚିଠି ହୋଇଛି। ସେମାନେ ପିଲାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବେ। କ୍ୟାମ୍ପସର ସଫେଇକୁ ବି ପ୍ରାଥମିକତା ଦେବାକୁ କୁହାଯାଇଛି। ଯଦି କୌଣସି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିୟମକୁ ଖିଲାପ କରନ୍ତି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe