ବରମୁଣ୍ଡା ବସ୍‌ଷ୍ଟାଣ୍ଡ: ନୂଆ ଆଶାରେ ପୁରୁଣାକୁ ଭୁଲିଗଲେ

Advertisment

ଅସନ୍ତୁଷ୍ଟ ଯାତ୍ରୀ, କର୍ମଚାରୀ

ଅସନ୍ତୁଷ୍ଟ ଯାତ୍ରୀ, କର୍ମଚାରୀ

ବରମୁଣ୍ଡା ବସ୍‌ଷ୍ଟାଣ୍ଡ: ନୂଆ ଆଶାରେ ପୁରୁଣାକୁ ଭୁଲିଗଲେ

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରକୁ ସ୍ବଚ୍ଛ, ସୁନ୍ଦର ରଖିବା ପାଇଁ ସବୁବେଳେ ତତ୍ପର ବିଏମ୍‌ସି। ଏବେ ସବୁ ୱାର୍ଡରେ ରାତ୍ରିକାଳୀନ ସଫେଇ ପାଇଁ ଯୋଜନା ହୋଇଛି। କିନ୍ତୁ କେତେକ ପ୍ରମୁଖ ସ୍ଥାନରେ ସହରର ସ୍ଥିତିକୁ ଦେଖିଲେ ଏସବୁ ଯୋଜନା ଯେମିତି ପ୍ରହସନ ପାଲଟିଥିବା ଅନୁମେୟ ହେଉଛି।

ଏହା ଭିତରୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ଯେଉଁଠିକୁ ପ୍ରତ୍ୟେକ ଦିନ ସହର ବାହାରୁ ଓ ଭିତରୁ ଶହ ଶହ ଲୋକ ଆସିଥାନ୍ତି। ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣାଧୀନ ଥିବାରୁ ପୁରୁଣା ବସ୍‌ଷ୍ଟାଣ୍ଡରେ ପୂର୍ବବତ୍‌ ଭିଡ଼ ଜମୁଛି। କିନ୍ତୁ ଏହି ଅଞ୍ଚଳକୁ ବିଏମ୍‌ସି ଭୁଲି ଯାଇଛି ଯେମିତି। ଏଠାରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବସ୍‌ଷ୍ଟାଣ୍ଡ ଭିତରୁ ବାହାର ପର୍ଯ୍ୟନ୍ତ କୁଢ଼ କୁଢ଼ ଆବର୍ଜନା ଏଠାରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ପ୍ରବେଶ ପଥର ଉଭୟ ପାର୍ଶ୍ବରେ ମାସ ମାସ ଧରି ଆବର୍ଜନା ଗଦା ହୋଇ ରହିଛି। ସାମ୍ନାରେ ଥିବା ଓଭର ବ୍ରିଜ କଡ଼ ନାଳ ଆବର୍ଜନାରେ ପୂର୍ଣ୍ଣ ହୋଇ ଯାଇଛି। ବାସି ଖାଦ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ଶୁଖିଲା ଖାଦ୍ୟର ଜରି ଲୋକମାନେ ଏଠାରେ ଫିଙ୍ଗି ଦେଉଛନ୍ତି।

ନାଳ ଜାମ୍‌ ହୋଇ ଯାଇଥିବାରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଫଳରେ ଏହି ଷ୍ଟାଣ୍ଡର ପ୍ରବେଶ ପଥରେ ପାଣି ଜମା ହୋଇ ରହୁଛି। ବସ୍‌ଷ୍ଟାଣ୍ଡ ଭିତରର ଅବସ୍ଥା ଆହୁରି ଶୋଚନୀୟ। ଷ୍ଟାଣ୍ଡ ଭିତରେ ଥିବା ହୋଟେଲ୍,ବିଭିନ୍ନ ଦୋକାନର ଅଳିଆ ଚାରି ଆଡେ ପଡିଛି। ଗାଡ଼ି ପାର୍କିଂ କରିବା ଜାଗାରେ ବଡ଼ ବଡ଼ ଖାଲ ହୋଇଛି। ଫଳରେ ସେଠାରେ ପାଣି ଗଦା ହେଇ ରହୁଛି। ଏଣୁ ରାସ୍ତା ଉପରେ ବାଇକ୍‌ ଓ ଅନ୍ୟାନ୍ୟ ଗାଡ଼ି ରାସ୍ତା ଉପରେ ପାର୍କିଂ ହେଉଛି। ବର୍ଷ ବର୍ଷ ଧରି ମରାମତି ହୋଇନଥିବାରୁ ପ୍ରବେଶ ପଥରୁ ଆରମ୍ଭ କରି ଷ୍ଟାଣ୍ଡ ଭିତରେ ଖାଲ ଭର୍ତ୍ତି ହୋଇ ରହିଛି। ଲଗାତାର ବର୍ଷା ହୋଇଥିବାରୁ ଖାଲରେ ପାଣି ଜମି ରହିଛି। ଏହି ଖାଲଗୁଡ଼ିକ ଡେଙ୍ଗୁ ମଶାର ଉତ୍ପତ୍ତି ସ୍ଥଳ ହୋଇଛି। ଦୈନିକ ବହୁ ଲୋକ ବସ୍‌ରେ ଯିବା ଆସିବା କରୁଛନ୍ତି। ବସ୍‌ର ଏକାଧିକ କର୍ମଚାରୀ ଏହି ଷ୍ଟାଣ୍ଡରେ ରହୁଛନ୍ତି। ଏଣୁ ସେମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହା ଉପରେ ବିଏମ୍‌ସି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe