ସୁସ୍ଥ ହୋଇ ଘରକୁ ଫେରିଲେ ଭବାନୀ ପଟ୍ଟନାୟକ

ସୁସ୍ଥ ହୋଇ ଘରକୁ ଫେରିଲେ ଭବାନୀ ପଟ୍ଟନାୟକ

ଭୁବନେଶ୍ବର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଦ୍ବିପ୍ରହରରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ତେବେ ନିୟମିତ ବ୍ୟବଧାନରେ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଗତ ୨୫ତାରିଖରେ ହୃଦ୍‌ରୋଗ ସମସ୍ୟା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏକ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରିଥିଲେ। ହସ୍ପିଟାଲରେ ତାଙ୍କର ଆବଶ୍ୟକ ପରୀକ୍ଷା କରାଯାଇଥିଲା। ତାଙ୍କର ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକଙ୍କ ହୃଦ୍‌ରୋଗ ସହିତ ଯକୃତରେ ସମସ୍ୟା ରହିଛି। ତେବେ ଏଥିପାଇଁ ଆବଶ୍ୟକ ପରୀକ୍ଷା ଏମ୍‌ସ ଭୁବନେଶ୍ବରରେ କରିବା ଲାଗି ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି। ଡାକ୍ତରୀ ଦଳର ନିଷ୍ପତ୍ତି କ୍ରମେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଉଲ୍ଲେଖ ଯେ, ଆସନ୍ତା ଏପ୍ରିଲ ମାସରେ ଶ୍ରୀ ପଟ୍ଟନାୟକଙ୍କୁ ୯୮ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe