ଆଜି ପରଦାକୁ ଆସିବ ଭଗିଆ ଭାରିଯା: ମହାରାଜାରେ ପ୍ରିମିୟର୍‌ ସୋ’, ଓଡ଼ିଶାର ୩୦ଟି ହଲ୍‌ରେ ରିଲିଜ୍‌

ଆଜି ପରଦାକୁ ଆସିବ ଭଗିଆ ଭାରିଯା: ମହାରାଜାରେ ପ୍ରିମିୟର୍‌ ସୋ’, ଓଡ଼ିଶାର ୩୦ଟି ହଲ୍‌ରେ ରିଲିଜ୍‌

ଭୁବନେଶ୍ବର: ଶୁକ୍ରବାର ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ଭଗିଆ ଭାରିଯା’। ଭୁବନେଶ୍ବରରେ ଏହାର ୫ଟି ସୋ’ ଲାଗିଥିବା ବେଳେ ସାରା ଓଡ଼ିଶାରେ ୩୦ଟି ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ଭୁବନେଶ୍ବର ମହାରାଜାରେ ସକାଳ ୧୦ଟା ୪୦ରେ ଏହାର ପ୍ରିମିୟର ସୋ’ ରହିଛି। ବଡ଼ କଥା ହେଲା ଭୁବନେଶ୍ବର ମଲଟିପ୍ଲେକ୍ସରେ ଟିକେଟ୍‌ ଦର ୨୦୦ରୁ ଆରମ୍ଭ ହେଉଥିବା ବେଳେ ଏହି ସିନେମାର ଅଧିକାଂଶ ସୋ’ ୯୦ ଟଙ୍କା ରହିଛି। ଭୁବନେଶ୍ବରର ଡିଏନ୍‌ ରେଗାଲିଆ ମଲ୍‌ ଓ ଉତ୍କଳ କନିକା ଗ୍ୟାଲେରିଆରେ ଅପରାହ୍ନ ୪ଟା ୧୦ରେ ଗୋଟିଏ ଲେଖାଏ ସୋ’, କେଶରୀ ଟକିଜ୍‌ରେ ଅପରାହ୍ନ ୩ଟା ୧୫ରେ, ମହାରାଜାରେ ଦିନ ୧୧ଟା ୧୦ରେ ସୋ’ ଏବଂ ଏସ୍‌ପ୍ଲାନେଡ୍‌ରେ ଅପରାହ୍ନ ୩ଟା ୫୫ରେ ସୋ’ ଲାଗିଛି। ପ୍ରାୟ ସବୁ ସୋ’ର ମୂଲ୍ୟ ୯୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଆଜିକାଲି ସମାଜର ଘଟଣାବଳୀକୁ ନେଇ ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ ହୋଇଛି। ସ୍ତ୍ରୀର ସ୍ୱପ୍ନ ପୂରଣ କରିବାକୁ ଯାଇ ସ୍ୱାମୀ କିପରି ସଂଘର୍ଷ କରୁଛି, ଏଥିରେ ତା’ର ଚିତ୍ର ରହିଛି। ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଯା ରିଲ୍ସ୍ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ସତରେ କ’ଣ ତା’ର ସ୍ବପ୍ନ ପୂରଣ ହେଉଛି? ସଂଘର୍ଷ, ସଫଳତା, ପାରିବାରିକ ଡ୍ରାମାକୁ ସହ ଏକ ମୌଳିକ କାହାଣୀକୁ ପରଦାରେ ଦେଖିବେ ଦର୍ଶକ। ଫିଲ୍ମରେ ପ୍ରମୁଖ ଭୂମିକାରେ ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ଦେବଯାନୀ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ବବି ମିଶ୍ର, ପୁପିନ୍ଦର, ବ୍ରଜ ସିଂ, ଦେବୁ ବ୍ରହ୍ମା, ତୃପ୍ତି ସିହ୍ନା, କାଳିଆ ଓ ଭକ୍ତି। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ନିଜେ ହରିହର ମହାପାତ୍ର ଲେଖିଥିଲା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର। ଏଥିରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe