ଭାଗବତ ବେହେରାଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ

Advertisment

ସମ୍ବର୍ଦ୍ଧିତ ହେଲେ ୩୦ଜିଲ୍ଲାର ଜନପ୍ରତିନିଧି

ସମ୍ବର୍ଦ୍ଧିତ ହେଲେ ୩୦ଜିଲ୍ଲାର ଜନପ୍ରତିନିଧି

ଭାଗବତ ବେହେରାଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ବର: ଭାଗବତ ବେହେରା ସ୍ମୃତି ସଂସଦ, ଉତ୍କଳ ଯାଦବ ମହାସଭା ଓ ଭୁବନେଶ୍ବର ଜିଲ୍ଲା ଆନୁକୂଲ୍ୟରେ ବିଶିଷ୍ଟ ରାଜନୀତିଜ୍ଞ ତଥା ଜନନେତା ସ୍ଵର୍ଗତ ଭାଗବତ ବେହେରାଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ଜୟଦେବ ଭବନରେ ପାଳିତ ହୋଇଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସ୍ଵର୍ଗତ ବେହେରା ଜଣେ ଉଚ୍ଚାକୋଟୀର ବ୍ୟକ୍ତିତ୍ୱ ଥିଲେ। ସାଧାରଣ ଲୋକଙ୍କ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ଅନ୍ୟତମ ଅତିଥି ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ମଉଷଧି ବାଗ, ବିଧାୟିକା ସୁନନ୍ଦା ଦାସ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ୩୦ଜିଲ୍ଲାର ପଞ୍ଚାୟତ ଓ ପୌର ନିର୍ବାଚନରେ ନବନିର୍ବାଚିତ ୪ଶହରୁ ଊର୍ଦ୍ଧ୍ବ ଜନପ୍ରତିନିଧିମାନଙ୍କୁ ‘ଭୁବନେଶ୍ଵର ଗୌରବ’ ଓ ‘ଓଡ଼ିଶା ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅଖିଳ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ସଚିବ ସଂଗ୍ରାମ ପଲାଇ ଯାଦବ କହିଥିଲେ ଯେ ଜଗତୀକରଣ ଅର୍ଥନୀତିର ସୁଯୋଗ ନେଇ କିଛି ବର୍ଷ ହେଲା କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ ଉଦ୍ୟୋଗଗୁଡ଼ିକର ଘରୋଇକରଣ କରି ଚାଲିଛନ୍ତି। ଫଳରେ ହଜାର ହଜାର ଦଳିତ, ଆଦିବାସୀ ଓ ପଛୁଆବର୍ଗର ଯୁବକ ଯୁବତୀ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି। ଏହି ଅବସରରେ ଜାତିଭିଭିକ ଜନଗଣନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅକ୍ଷୟ ପ୍ରସାଦ ବେହେରା ପରିଚାଳନା କରିଥିବା ବେଳେ ଦୀପକ ବେହେରା ଯାଦବ, ବିଚିତ୍ରାନନ୍ଦ ଖୁଣ୍ଟିଆ, ପୂର୍ବଚନ୍ଦ୍ର ନାୟକ ଓ ମହେଶ୍ବର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe