ବାଲିଅନ୍ତା : ଟାଟା ଏସ୍‌ ଗାଡ଼ି ସମେତ ୬ କ୍ବିଣ୍ଟାଲ ଭାଙ୍ଗ ଜବତ, ଚାଳକ ଗିରଫ

ବାଲିଅନ୍ତା : ଟାଟା ଏସ୍‌ ଗାଡ଼ି ସମେତ ୬ କ୍ବିଣ୍ଟାଲ ଭାଙ୍ଗ ଜବତ, ଚାଳକ ଗିରଫ

ବାଲିଅନ୍ତା : ଭୁବନେଶ୍ବର ଅବକାରୀ ରେଞ୍ଜ ପକ୍ଷରୁ ଆଜି ସକାଳେ ଅତର୍କିତ ଚଢ଼ଉ କରାଯାଇ ବାଲିଅନ୍ତା ଥାନା ଅଧୀନ ବାଳକାଟିସ୍ଥିତ ପୁରୀ ମୁଖ୍ୟ କେନାଲ ବ୍ରିଜ ନିକଟରୁ ଏକ ଟାଟା ଏସ୍‌ରେ ଭର୍ତି ଚୋରା ଭାଙ୍ଗ ଜବତ ହୋଇଛି। ଉକ୍ତ ଗାଡ଼ିରୁ ୬ କ୍ବିଣ୍ଟାଲ ୬୦ କିଲୋ ଭାଙ୍ଗ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏନେଇ ଏକ ମ‌ାମଲା ରୁଜୁ ହୋଇଛି। ଚୋରା ଭାଙ୍ଗ କାରବାର ମାମଲାରେ ସଂପୃକ୍ତ ଟାଟା ଏସ୍‌ ଗାଡ଼ି ଚାଳକ ଦିଲ୍ଲୀପ ବିଶ୍ବାଳ ଓରଫ ଦୀପକକୁ (୨୮) ଗିରଫ କରାଯାଇଛି।

ଅନ୍ୟପକ୍ଷରେ ବାଳକାଟି ଭାର୍ଗବୀ ବ୍ରିଜ ଓ ଗୋଶାଳା ନିକଟରେ ଆଡ଼ା ଜମାଇଥିବା ଚୋରା ଭାଙ୍ଗ ମାଫିଆ ଏଥିରେ ସଂପୃକ୍ତ ଥିବା ଅନୁମାନ କରାଯାଉଛି। ଜବତ ଟାଟା ଏସ୍‌ ଗାଡ଼ି ଏବଂ ମୋବାଇଲ ଫୋନ ଆଧାରରେ ଭାଙ୍ଗ ଚାଲାଣ ରୢାକେଟ ସଂପର୍କରେ ଅବକାରୀ ବିଭାଗକୁ ଅଧିକ ତଥ୍ୟ ମିଳିବା ସହ ଭାଙ୍ଗ ମାଫିଆ ପାଖରେ ପହଞ୍ଚି ହେବ ବୋଲି ସୂଚନା ମିଳିଛି। ବାଲିଅନ୍ତା ସେକ୍ସନ ଅବକାରୀ ଓଆଇସି ମଧୁସୂଦନ ସାହୁଙ୍କ କହିବାନୁଯାୟୀ ଚୋରା ଭାଙ୍ଗ ବ୍ୟବସାୟର ଚେର ସୁଦୂର ବିହାରରୁ ବାଲିଅନ୍ତା, ବାଳକାଟି ଏବଂ ପିପିଲି ଅଞ୍ଚଳକୁ ଲମ୍ବିଛି। ଆଜି ଜବତ ହୋଇଥିବା ଭାଙ୍ଗ ପିପିଲି ଥାନା ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହାଛଡ଼ା ମାଲକାନାଗିରି, ବୌଦ୍ଧ, ଫୁଲବାଣୀ, କୋରାପୁଟ ଓ ଚିତ୍ରକୋଣ୍ଡା ଅଞ୍ଚଳରୁ ଚୋରା ଭାଙ୍ଗ ଆସୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe