ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାରେ ଭକ୍ତମାନଙ୍କୁ ଭିଜାଇବା ନିମନ୍ତେ ଭୁବନେଶ୍ୱର ଭଞ୍ଜଭାରତୀ ପକ୍ଷରୁ ଜୟଦେବ ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଜଗନ୍ନାଥ ଚେତନା ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଲୀଳାମୟ ନୀଳାଦ୍ରିଶ’। ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ବିଚାରପତି ଦୁର୍ଗାପ୍ରସନ୍ନ ଚୌଧୁରୀ ଓ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରୟ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ତାଙ୍କର ଉଦାର ଭକ୍ତିଭାବ ବିଷୟରେ ଆଲୋଚନା କରିଥିଲେ। ସଭାରେ ଅନୁଷ୍ଠାନର ସଂପାଦକ କୃଷ୍ଣକେଶବ ଷଡ଼ଙ୍ଗୀ ମହାପ୍ରଭୁଙ୍କ ମହିମାର ଯଥାର୍ଥ ତାତ୍ପର୍ଯ୍ୟ ଓ ଲୋକଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଭଞ୍ଜଭାରତୀର ସ୍ୱତନ୍ତ୍ର େଓ୍ଵବ୍ସାଇଟ୍ର ଲୋକାର୍ପଣ କରାଯାଇଥିଲା। ତା’ ସହ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ନିମନ୍ତେ ‘ଶ୍ରୀଜଗନ୍ନାଥ ସେବା ସମିତି’ ଅନୁଷ୍ଠାନକୁ ‘ଭଞ୍ଜଭାରତୀ ସାଂସ୍କୃତିକ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ‘ନାଦବ୍ରହ୍ମ’ ଅନୁଷ୍ଠାନ ପକ୍ଷରୁ କଣ୍ଠଶିଳ୍ପୀ ମିନତି ଭଞ୍ଜ ଓ ମର୍ଦ୍ଦଳ ବାଦକ ଜଗନ୍ନାଥ କୁଅଁରଙ୍କ ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ। ସଭା ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ ଓ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ଉପସଭାପତି ମିଲନ୍ କୁମାର ସାହୁ।
ଭଞ୍ଜ ଭାରତୀ ପକ୍ଷରୁ ‘ଲୀଳାମୟ ନୀଳାଦ୍ରିଶ’
Advertisment
Follow Us