ଆଜି ଭାରତ ବନ୍ଦ: ‘ସମ୍ବାଦ’ ପାଠକଙ୍କ ପାଇଁ ଉପହାର ବିତରଣ ସ୍ଥଗିତ

Advertisment

ଡିସେମ୍ବର ୯, ବୁଧବାର ଠାରୁ ପୁଣି ମିଳିବ ‘ଭାରତ ମସଲା’ର ଉପହାର ସାମଗ୍ରୀ

ଡିସେମ୍ବର ୯, ବୁଧବାର ଠାରୁ ପୁଣି ମିଳିବ ‘ଭାରତ ମସଲା’ର ଉପହାର ସାମଗ୍ରୀ

ଆଜି ଭାରତ ବନ୍ଦ: ‘ସମ୍ବାଦ’ ପାଠକଙ୍କ ପାଇଁ ଉପହାର ବିତରଣ ସ୍ଥଗିତ

କଟକ : କୃଷି ଆଇନ ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ଡିସେମ୍ବର ୮ ତାରିଖ, ମଙ୍ଗଳବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି। ତେଣୁ କୌଣସି ପ୍ରକାର ଅସ୍ବଭାବିକ ପରିସ୍ଥିତି ଏଡାଇବା ପାଇଁ ‘ସମ୍ବାଦ’ ପାଠକଙ୍କୁ ‘ଭାରତ ମସଲା’ ପକ୍ଷରୁ ଦିଆଯାଉଥିବା ମାଗଣା ଉପହାର ଏବଂ ବାଲିଯାତ୍ରା ଅଫରରେ ଗ୍ରାହକମାନଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର ରିହାତିରେ ସାମଗ୍ରୀ ବିକ୍ରି କାର୍ଯ୍ୟକ୍ରମକୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଛି। କିନ୍ତୁ ଡିସେମ୍ବର ୯ ତାରିଖ, ବୁଧବାର ଠାରୁ ପୂର୍ବ ଭଳି ପୁଣି ଏହି କାର୍ଯ୍ୟକ୍ରମ ଜାରି ରହିବ। ସେହି ଦିନ କଟକ ଓ ଭୁବନେଶ୍ବର ସହରର କେଉଁ ସ୍ଥାନରେ ଏହି ଉପହାର ବଣ୍ଟନ ଓ ସ୍ବତନ୍ତ୍ର ରିହାତିରେ ସାମଗ୍ରୀ ବିକ୍ରି କରାଯିବ, ସେ ସଂପର୍କରେ ବୁଧବାର ସମ୍ବାଦରେ ସବିଶେଷ ସୂଚନା ପ୍ରକାଶ ପାଇବ। ନିୟମିତ ‘ସମ୍ବାଦ’ ପଢିବା ସହିତ ଭାରତ ମସଲାର ଏହି ମାଗଣା ଉପହାର ପାଇବା ଓ ବାଲିଯାତ୍ରା ସ୍ମୃତିରେ ସ୍ବତନ୍ତ୍ର ରିହାତି ଦରରେ ସାମଗ୍ରୀ କିଣିବାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଯେ ଏଥର ଐତିହାସିକ ବାଲିଯାତ୍ରା କୋଭିଡ୍-୧୯ କଟକଣା ପାଇଁ ବନ୍ଦ ହୋଇଯାଇଥିବା ବେଳେ ବାଲିଯାତ୍ରା ସ୍ମୃତିରେ ପାଠକ ପାଠିକା ଓ ଗ୍ରାହକଙ୍କୁ ବାଲିଯାତ୍ରା ଭଳି ସ୍ବତନ୍ତ୍ର ରିହାତିରେ ସାମଗ୍ରୀ ଯୋଗାଇ ଦେବା ଓ ଉପହାର ଉପଲବ୍ଧ କରିବା ଲକ୍ଷ୍ୟରେ ‘ସମ୍ବାଦ’ ସହଯୋଗରେ ‘ଭାରତ ମସଲା’ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ନଭେମ୍ବର ୩୦, କାର୍ତ୍ତିକ ପୂର୍ଣ୍ଣିମାରୁ ଏହା ନିୟମିତ ଜାରି ରହିଥିବା ବେଳେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଯୋଗୁଁ ଗୋଟିଏ ଦିନ ପାଇଁ ଏହାକୁ ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe