ଭାରତ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ : ନୃତ୍ୟରେ ପ୍ରେମ

ଭାରତ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ : ନୃତ୍ୟରେ ପ୍ରେମ

ଭୁବନେଶ୍ବର : କୃଷ୍ଣଙ୍କ ପ୍ରତି ଅନାବିଳ ପ୍ରେମଠୁ ନେଇ ସମସାମୟିକ କଥାସାରକୁ ଅପୂର୍ବ ପାଦଛନ୍ଦ ଓ କମନୀୟ ଅଙ୍ଗଭଙ୍ଗୀରେ ପରସିଦେଇଥିଲେ ନୃତ୍ୟଶିଳ୍ପୀବୃନ୍ଦ। କୁନି ଶିଳ୍ପୀଙ୍କଠାରୁ ଆରମ୍ଭ କରି ବରିଷ୍ଠଙ୍କ ନୃତ୍ୟରେ ବିଭୋର ହେବାର ଏହି ଅବକାଶ ଭେଟି ଦେଇଥିଲା ସାଂସ୍କୃତିକୀ ଅନୁଷ୍ଠାନ ପକ୍ଷରୁ ଭଂଜ କଳା ମଣ୍ଡପରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ।

ଦଳଗତ ପ୍ରସ୍ତୁତିରେ ଓଡ଼ିଶୀ ନୃତ୍ୟ ପରେ ତେଜସ୍ବୀ ପଟ୍ଟନାୟକ, କୋଲକାତାର ମୌମିତା ପାଲ୍‌, ମନାଲି ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। କଟକର ଗୁଞ୍ଜନ ଡ୍ୟାନ୍ସ ଏକାଡେମି ପକ୍ଷରୁ ଦଳଗତ ଓଡ଼ିଶୀ ସାଙ୍ଗକୁ ବେଙ୍ଗାଲୁରୁର ମୌମିତା ସାସ୍‌ମଲଙ୍କ ମୋହିନୀ ଆଟ୍ଟମ, ରୁଦ୍ରାକ୍ଷ ଫାଉଣ୍ଡେସନ୍‌ର ଓଡ଼ିଶୀ ନୃତ୍ୟ ମଧ୍ୟ ମନ କିଣିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସାନ୍ଧ୍ୟ କାର୍ଯ୍ୟକ୍ରମରେ ମାଲେସିଆର ଶିଳ୍ପୀ କବିତା ସୁବ୍ରମଣ୍ୟମଙ୍କ ଓଡ଼ିଶୀ, ଯୋଗିନୀଙ୍କ କଥକ, ଅନୁଶ୍ରୀଙ୍କ ଭାରତନାଟ୍ୟମ, ଅଭୟଲକ୍ଷ୍ମୀ ଓ ଆୟନା ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଭରପୂର ମନୋରଂଜନ ଦେଇଥିଲା। ଓଡ଼ିଶୀ ନୃତ୍ୟଗୁରୁ ମୀରା ଦାସ ଏବଂ ଜଗବନ୍ଧୁ ଜେନା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉତ୍ସବର ନିର୍ଦେଶକ ଶ୍ୟାମହରି ଚକ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe