ଭୁବେନଶ୍ୱର: ‘ସର୍ଫରୋଶି କି ତମନ୍ନା ଅବ୍ ହମାରେ ଦିଲ୍ ମେ ହେ’, ‘ସ୍ୱର୍ଗାଦପି ଗରିୟସୀ ଜନନୀ ମା ଧରିତ୍ରୀ’, ‘ହେ ପ୍ରୀତ୍ ଯାହାଁ କି ରୀତ୍ ସଦା’, ‘ଗଙ୍ଗା ଯେ ଦେଶେ ବହେ ଯମୁନା ଯେ ଦେଶେ ବହେ’ ଓ ‘ଓଡ଼ିଶା ମୋ ଓଡ଼ିଶା’ ପରି ଅନେକ ହୃଦୟସ୍ପର୍ଶୀ ଦେଶଭକ୍ତି ଗୀତ ବାଜି ଉଠୁଥିଲା ଜୟଦେବ ଭବନ ପ୍ରେକ୍ଷାଳୟରେ। ଅବସର ଥିଲା ସଂଭାବନା ପକ୍ଷରୁ ଆୟୋଜିତ ହୋଇଥିବା ଭାରତଛାଡ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଭାରତଛାଡ଼ ୭୫ ଉତ୍ସବ’ର ଶେଷ ସଂଧ୍ୟା। ଏଥିରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଓ କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ସଂଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ନାୟକ, ଗୌତମ ଗିରି, ଛନ୍ଦା ମିଶ୍ର, ଲିପ୍ସା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ସତ୍ୟ ସାର୍ଥକ ମହାପାତ୍ର ଓ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରି ଶ୍ରୋତାଙ୍କୁ ଭାବପ୍ରବଣ କରାଇଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଦେବପ୍ରସାଦ ପରିଜା ଅଗଷ୍ଟକ୍ରାନ୍ତି ଦିବସରେ ସଂଭାବନାର ସ୍ୱନକ୍ଷତ୍ର ଦିବସ ପଡ଼ିଥିବାରୁ ଖୁସିବ୍ୟକ୍ତ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭ୍ୟ ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ, ରାଜଶ୍ରୀ ଶତପଥୀ, ଶଶିପ୍ରଭା ଦାସ, ଅଭିରାମ ସାହୁ ଓ ଗୁରୁ ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us