‘ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ ଏକୋଇଶି ପରମବୀର’ ଉନ୍ମୋଚିତ

Advertisment
‘ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ ଏକୋଇଶି ପରମବୀର’ ଉନ୍ମୋଚିତ

ଭୁବନେଶ୍ବର: ପୂର୍ବତନ ଏଡିଜି, ବିଏସ୍‌ଏଫ୍‌ ତଥା ରକ୍ଷା ବିଶେଷଜ୍ଞ ପ୍ରଭାସ ମିଶ୍ରଙ୍କ ଲିଖିତ ପୁସ୍ତକ ‘ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ ଏକୋଇଶି ପରମବୀର’ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖକୀୟ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ, ପ୍ରଥମଥର ପାଇଁ ଓଡ଼ିଆ ଭାଷାରେ ଏହି ଯୋଦ୍ଧାମାନଙ୍କ ବୀରଗାଥା ସମ୍ପର୍କରେ ଓଡ଼ିଶାବାସୀ ଜାଣିବା ସହ ଆଗାମୀ ପିଢ଼ି ମଧ୍ୟ ଏଥିରୁ ପ୍ରେରଣା ପାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀରଚକ୍ର ପାଇଥିବା ୨୧ ଜଣ ଯୋଦ୍ଧାଙ୍କ ବିଷୟରେ କବିତା ମାଧ୍ୟମରେ ଏଥିରେ ଲେଖାଯାଇଛି।

ଏହି ପୁସ୍ତକ ଲେଖିବାରେ ବହୁ କବି, ଲେଖକ, ବୁଦ୍ଧିଜୀବୀଙ୍କ ସହଯୋଗ ରହିଛି। ଏହା ହିନ୍ଦୀ ଭାଷାରେ ମଧ୍ୟ ରାଷ୍ଟ୍ର ଭାଷା ପ୍ରସାର ସମିତି, ଦିଲ୍ଲୀଠାରେ ଉନ୍ମୋଚିତ ହୋଇସାରିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନପୀଠ ପୁରସ୍କାର ବିଜେତା ତଥା ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ, ଅଧ୍ୟାପିକା ସଂଘମିତ୍ରା ଭଞ୍ଜ, ମେଜର୍‌ ସୋମନାଥ ଶର୍ମା, ସବ୍‌ ମେଜର୍‌ ଯୋଗେନ୍ଦ୍ର ସିଂହ ଯାଦବ, ଅବଦୁଲ୍‌ ହମିଦ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe