ଭରତପୁର ପ୍ରସଙ୍ଗ: ଏକାଠି ହେଲା ପୁଲିସ

Advertisment

ଆଜି ଅପରାହ୍ନରେ ରିଜର୍ଭ ପୁଲିସ ପଡ଼ିଆରେ ହାବିଲଦାରଙ୍କଠାରୁ ଏଡିସିପି ରୢାଙ୍କ୍‌ର ଶହଶହ ପୁଲିସ କର୍ମଚାରୀ ଏକାଠି ହୋଇଥିଲେ। ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଓ ନିରପେକ୍ଷ ତଦନ୍ତ ଦାବିରେ ‌ସେମାନେ ଏକାଠି ହୋଇଥିଲେ।

gjdgjgdjgyyy

ଭୁବନେଶ୍ବର: ଆଜି ଅପରାହ୍ନରେ ରିଜର୍ଭ ପୁଲିସ ପଡ଼ିଆରେ ହାବିଲଦାରଙ୍କଠାରୁ ଏଡିସିପି ରୢାଙ୍କ୍‌ର ଶହଶହ ପୁଲିସ କର୍ମଚାରୀ ଏକାଠି ହୋଇଥିଲେ। ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଓ ନିରପେକ୍ଷ ତଦନ୍ତ ଦାବିରେ ‌ସେମାନେ ଏକାଠି ହୋଇଥିଲେ। ପୁଲିସ କର୍ମଚାରୀମାନେ କହିଛନ୍ତି ଯେ ବିନା ତଦନ୍ତରେ ପୁଲିସ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯିବା ଓ ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବା ଦ୍ବାରା ପୁଲିସ ବିଭାଗ ବଦ୍‌ନାମ ହେଉଛି।

ମଦ ପିଇ ଲୋକମାନେ ଥାନାରେ ଉତ୍ପାତ କରୁଛନ୍ତି। ପୁଲିସ ସେମାନଙ୍କୁ ତାଗିଦ କଲେ, ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ଭରତପୁର ମାମଲା ପରେ ପୁଲିସ କର୍ମଚାରୀମାନେ ନିରୁତ୍ସାହିତ ହୋଇପଡ଼ିଛନ୍ତି। ଏଥିପାଇଁ ମାମଲାର ନି‌ରପେକ୍ଷ ତଦନ୍ତ ଓ ନିଲମ୍ବିତ କର୍ମଚାରୀ ଓ ଅଧିକାରୀଙ୍କ ଉପରୁ ନିଲମ୍ବନ ହଟାଇବାକୁ ଦାବି କରାଯିବା ସହିତ ଏକ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଆଲୋଚନା ଚାଲିଥିବା ସମୟରେ ସିପି ସଞ୍ଜୀବ ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ। ବିନା ଅନୁମତି‌ରେ ପୁଲିସ ଏଭଳି ଏକାଠି ହୋଇପାରିବେ ନାହିଁ ‌ଚେତାବନୀ ଦେବା ପରେ ସମସ୍ତେ ଘଟଣାସ୍ଥଳ ଛାଡ଼ିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe