‌ତେଜୁଛି ଭରତପୁର ଥାନା ମାମଲା: ଚାପରେ ସରକାର

Advertisment

ଭରତପୁର ଆଦର୍ଶ ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ନେଇ ଘଟିଥିବା ମାମଲା ଦିନକୁ ଦିନ ଜଟିଳ ରୂପ ନେଉଛି। ଘଟଣାକୁ ନେଇ ଏକାଧିକ ଭିଡ଼ିଓ ଭାଇରାଲ୍ ହେବା ପରେ କିଏ ଠିକ୍, କିଏ ଭୁଲ୍; ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଛି।

ଭରତପୁର ଆଦର୍ଶ ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ନେଇ ଘଟିଥିବା ମାମଲା ଦିନକୁ ଦିନ ଜଟିଳ ରୂପ ନେଉଛି। ଘଟଣାକୁ ନେଇ ଏକାଧିକ ଭିଡ଼ିଓ ଭାଇରାଲ୍ ହେବା ପରେ କିଏ ଠିକ୍, କିଏ ଭୁଲ୍; ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଛି।

sfsfhshfssfhf

ଭୁବନେଶ୍ବର: ଭରତପୁର ଆଦର୍ଶ ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ନେଇ ଘଟିଥିବା ମାମଲା ଦିନକୁ ଦିନ ଜଟିଳ ରୂପ ନେଉଛି। ଘଟଣାକୁ ନେଇ ଏକାଧିକ ଭିଡ଼ିଓ ଭାଇରାଲ୍ ହେବା ପରେ କିଏ ଠିକ୍, କିଏ ଭୁଲ୍; ତାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଛି। ସେପଟେ ଘଟଣାକୁ ନିନ୍ଦା କରି ରାଜନୈତିକ ବୟାନବାଜି ଓ ବିକ୍ଷୋଭ ମଧ୍ୟ ଜୋର୍ ଧରିଲାଣି। ବିଭିନ୍ନ ସଂଗଠନ ପକ୍ଷରୁ ନୂଆ ନୂଆ ଅଭିଯୋଗ ଯୋଡ଼ି ହେବାରେ ଲାଗିଛି। ଓଡ଼ିଶା ପୁଲିସକୁ କଳଙ୍କର ଟୀକା ପିନ୍ଧାଇବା ସହ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଠିଆ କରିବାକୁ ବିରୋଧୀ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁନାହାନ୍ତି। ଏସବୁ ଭିତରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଓଡ଼ିଶା ପୁଲିସ ସମର୍ଥନରେ ମଧ୍ୟ କିଛି ସଂଗଠନ ସାମ୍ନାକୁ ଆସିଛନ୍ତି। ଫଳରେ ମାମଲାକୁ ନେଇ ସରକାରଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି।

ରାସ୍ତାକୁ ଓହ୍ଲାଇଲେ ରାଜନୈତିକ ଦଳ
ରାଜନାଥଙ୍କ ପର୍ଯ୍ୟନ୍ତ କଥା ପହଞ୍ଚିଲା
ଓଡ଼ିଶା ପୁଲିସ ସପକ୍ଷରେ ମତ ଆସିଲା

ଘଟଣା ଦିନ ରାତିରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ପଥରଗାଡ଼ିଆ ରାସ୍ତାରେ ଆକ୍ରମଣ କରିଥିବା ୭ ଇଂଜିନିୟରିଂ ଛାତ୍ରଙ୍କୁ ଆଜି ଚନ୍ଦକା ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। କିନ୍ତୁ ଶନିବାର ସନ୍ଧ୍ୟାରେ କୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି। ପୁଲିସ ଯେଉଁ ଦଫାରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା, ସେଥିରେ ସେମାନଙ୍କୁ ଥାନାରୁ ହିଁ ନୋଟିସ୍‌ ଦେଇ ଛାଡ଼ିବାର ଥିଲା ବୋଲି କୋର୍ଟ କହିଛନ୍ତି। ବଡ଼ କଥା ହେଉଛି, ଆଜି କଂଗ୍ରେସ, ବିଜେଡି ଓ ଆପ୍‌ ଭଳି ରାଜନୈତିକ ଦଳମାନେ  ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ହଙ୍ଗାମା କରିଥିଲା ଏବଂ ବିଜେଡି ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରିଥିଲା। ସେହିଭଳି ଆପ୍‌ ପୁଲିସ ସେବାଭବନ ସମ୍ମୁଖରେ ଧାରଣା ଦେଇଥିଲା। ନିଲମ୍ବିତ ଥାନା କର୍ମଚାରୀମାନଙ୍କୁ ଗିରଫ କରିବା ଦାବି ଥିଲା ଏସବୁ ବିକ୍ଷୋଭର ମୂଳଲକ୍ଷ୍ୟ। ସେହିଭଳି ଆଜି ଜଣେ ପୂର୍ବତନ ମେଜର ଏହି ମାମଲାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ମାମଲାର ତୁରନ୍ତ ଫଇସଲା କରନ୍ତୁ। 

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଆଜି ପୁଲିସ ସଂଘ ସାମ୍ନାକୁ ଆସିଛି। କଟକରେ ପୁଲିସ ଅଫିସର ସଂଘ ଓ ଭୁବନେଶ୍ବରରେ  ଅବସରପ୍ରାପ୍ତ ପୁଲିସ ଅଧିକାରୀ ସଂଘ ଏହି ମାମଲାରେ ନିଲମ୍ବିତ ପୁଲିସ କର୍ମଚାରୀମାନଙ୍କ ସମର୍ଥନରେ ବାହାରିଛନ୍ତି। ସେମାନେ ନି‌ରପେକ୍ଷ ତଦନ୍ତ ଦାବି କରିଛନ୍ତି ଏବଂ ତଦନ୍ତ ନ ସରିବା ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ଦାବି କରିଛନ୍ତି।  କେବଳ ସେତିକି ନୁହେଁ, ଆଜି ଭୁବନେଶ୍ବର ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ଶହଶହ ପୁଲିସ କର୍ମଚାରୀ ଓ ଅଧିକାରୀ ଏକାଠି ହୋଇଥିଲେ। ସେମାନେ ଭରତପୁର ଥାନା ମାମଲାରେ ପୁଲିସ କର୍ମଚାରୀଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ।  ଉଲ୍ଲେଖଥାଉକି, ଆଜି କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ମେଜରଙ୍କ ବାନ୍ଧବୀ ଅଙ୍କିତାଙ୍କ ବୟାନ୍‌ ରେକର୍ଡ କରାଯାଇଛି। ଏହାପରେ ମେଜରଙ୍କ ବୟାନ ରେକର୍ଡ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe