ବୈକୁଣ୍ଠଧାମରେ ଭରତପୁର ଥାନା ପୁଲିସ: ଉଭାନ ବାବାଙ୍କୁ ହାଜିରା ନୋଟିସ୍‌

Advertisment

ଭଗବାନଙ୍କ ଅବତାର ନାଁରେ ଜଣେ ଯୁବ ବାବାଙ୍କ ପାଦ ତଳେ ତୁଳସୀ ଓ ଭାଗବତ ଗୀତା ରଖି ପୂଜା କରାଯାଉଥିବା ଅଭିଯୋଗ ହେବା ପରେ ଆଜି ଭରତପୁର ଥାନା ପୁଲିସ ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମରେ ପହଞ୍ଚିଥିଲା।

ଭଗବାନଙ୍କ ଅବତାର ନାଁରେ ଜଣେ ଯୁବ ବାବାଙ୍କ ପାଦ ତଳେ ତୁଳସୀ ଓ ଭାଗବତ ଗୀତା ରଖି ପୂଜା କରାଯାଉଥିବା ଅଭିଯୋଗ ହେବା ପରେ ଆଜି ଭରତପୁର ଥାନା ପୁଲିସ ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମରେ ପହଞ୍ଚିଥିଲା।

fshhfsfsh

ଖଣ୍ଡଗିରି: ଭଗବାନଙ୍କ ଅବତାର ନାଁରେ ଜଣେ ଯୁବ ବାବାଙ୍କ ପାଦ ତଳେ ତୁଳସୀ ଓ ଭାଗବତ ଗୀତା ରଖି ପୂଜା କରାଯାଉଥିବା ଅଭିଯୋଗ ହେବା ପରେ ଆଜି ଭରତପୁର ଥାନା ପୁଲିସ ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମରେ ପହଞ୍ଚିଥିଲା। କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ବାବା ଆଶ୍ରମରୁ ଉଭାନ୍‌ ହୋଇଯାଇଥିଲେ। ତେଣୁ ଅଭିଯୋଗର ସତ୍ୟତା ପରଖିବାକୁ ଯାଇଥିବା ପୁଲିସ ଟିମ୍‌ ବାବାଙ୍କୁ ନ ପାଇ ହାଜିରା ନୋଟିସ୍‌ ଦେଇ ଫେରିଥିଲା। ପୁଲିସ ଉଭୟ ବାବା ଓ ତାଙ୍କ ବାପାଙ୍କୁ ଥାନାକୁ ଆସିବା ପାଇଁ ନୋଟିସ୍‌ କରିଥିବା ସୂଚନା ଦେଇଛି। ଆଜି ଆଶ୍ରମରେ ପୁଲିସ ପହଞ୍ଚିବା ପରେ ବାବାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। 

ଗତକାଲି ଏହି ଆଶ୍ରମ ବିରୋଧରେ ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ମହାସଂଘର ସଭାପତି ନାରାୟଣ ସାହୁଙ୍କ ଅଭିଯୋଗ ଅନୁସାରେ ଜଣେ ବାଳକଙ୍କୁ ସିଂହାସନରେ ବସାଇ ପୂଜା କରାଯାଉଛି। ପରିତାପର କଥା ଭଗବାନଙ୍କ ଅବତାର କହି ତାଙ୍କ ପାଦତଳେ ତୁଳସୀ ଓ ଭାଗବତ ଗୀତା ରଖାଯାଉଛି। ଏହା ଏକ ଭାଣ୍ଡାମୀ ଏବଂ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଭାବାବେଶ ପ୍ରତି କୁଠାରଘାତ ବୋଲି ସେ ଅଭିଯୋଗ କରିଛନ୍ତି। ଭଗବାନଙ୍କ ଅବତାର ନାଁରେ ଲୋକଙ୍କୁ ଠକିବାକୁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏଭଳି ଅପପ୍ରଚାରକୁ ବନ୍ଦ କରିବା ସହ ସାଧାରଣ ଲୋକଙ୍କୁ ଠକାମୀରୁ ମୁକୁଳାଇବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ମହାସଂଘ ଦାବି କରିଥିଲା। ଅଭିଯୋଗ ପାଇବା ପରେ ଆଜି ଭରତପୁର ଥାନାର ଏକ ଟିମ୍‌ ବୈକୁଣ୍ଠଧାମ ଆଶ୍ରମରେ ପହଞ୍ଚିଥିଲା। ମାତ୍ର ସେତେବେଳକୁ ବାବା ଆଶ୍ରମରେ ନଥିଲେ। ଏମିତିକି ବାବାଙ୍କ ବାପା ମଧ୍ୟ ଆଶ୍ରମରେ ଉପସ୍ଥିତ ନଥିଲେ। ଆଶ୍ରମର ଅନ୍ତେବାସୀମାନଙ୍କୁ ପୁଲିସ ପଚରାଉଚରା କରିଥିଲା। ବାବା ଓ ତାଙ୍କ ବାପା ତୁରନ୍ତ ଥାନାକୁ ଯାଇ ପକ୍ଷ ରଖିବାକୁ ପୁଲିସ ନୋଟିସ୍‌ ଦେଇ ଫେରିଥିଲା। ଏନେଇ ଆଶ୍ରମର ଅନ୍ତେବାସୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଶ୍ରମର ସଭାପତି ପାଣ୍ଡବ ପରିଡ଼ା କହିଛନ୍ତି ଯେ ବାବାଙ୍କୁ ବଦନାମ କରିବାକୁ ଏଭଳି ଅଭିଯୋଗ କରାଯାଇଛି। ଶ୍ରୀ ପରିଡ଼ା ଦୃଢ଼ କଣ୍ଠରେ କହିଥିଲେ ଯେ ବାବା ହେଉଛନ୍ତି ସ୍ବୟଂ କଳ୍‌କୀ ଅବତାର। ଯାଜପୁରରେ ଜନ୍ମଗ୍ରହଣ କରିଥିବା ବାବାଙ୍କ ଲୀଳାଖେଳାର କ୍ଷେତ୍ର ହେଉଛି ଖଣ୍ଡଗିରି।  ମାଳିକାରେ ଏହାର ବର୍ଣ୍ଣନା ରହିଛି। 

ମତ ବଦଳାଇଲେ ସଭାପତି
କିନ୍ତୁ ପୁଲିସ ନୋଟିସ୍ ପରେ ସଭାପତି ଶ୍ରୀ ପରିଡ଼ା ତାଙ୍କ ମତ ବଦଳାଇଥିଲେ। ସନ୍ଧ୍ୟାରେ ସେ ଥାନାକୁ ଯାଇ କଳ୍‌କୀ ଭଗବାନଙ୍କୁ ତୁଳସୀ ଲାଗି କରାଯାଉନାହିଁ ବୋଲି କହିଥିଲେ। ସେହିଭଳି କୌଣସି ଧର୍ମକୁ ଆଘାତ ଦେବା ତାଙ୍କ ଆଶ୍ରମର ଲକ୍ଷ୍ୟ ନୁହେଁ ଏବଂ କାହାକୁ ଯଦି କୌଣସି ପ୍ରକାର ଆଘାତ ଲାଗିଥାଏ, ସେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି। କିନ୍ତୁ ଠାକୁରଙ୍କ ପୂଜାର୍ଚ୍ଚନା ଜାାରି ରହିବ ବୋଲି ସେ କହିଛନ୍ତି।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe