ଉତ୍ତର ଭୁବନେଶ୍ବର‌ରେ ଭସାଣି ରାଜନୀତି: ପୂଜାମଣ୍ଡପକୁ ଏକାଠି କରୁଛି ବିଜେପି

ପାଖେଇ ଆସୁଛି ଦଶହରା। ଦିନ କେଇଟା ପରେ ଉତ୍ସବମୁଖର ହେବ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନ ପୂଜା ମଣ୍ଡପ। ହେଲେ ତା’ପୂର୍ବରୁ ସରଗରମ ହୋଇଛି ଭସାଣି ଉତ୍ସବ ରଜନୀତି।

ssfsfxcxc

ଚନ୍ଦ୍ରଶେଖରପୁର: ପାଖେଇ ଆସୁଛି ଦଶହରା। ଦିନ କେଇଟା ପରେ ଉତ୍ସବମୁଖର ହେବ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନ ପୂଜା ମଣ୍ଡପ। ହେଲେ ତା’ପୂର୍ବରୁ ସରଗରମ ହୋଇଛି ଭସାଣି ଉତ୍ସବ ରଜନୀତି। ଗତବର୍ଷଠାରୁ ଦୁଇ ଭାଗରେ ବିଭକ୍ତ ହୋଇଥିବା ଭସାଣି କମିଟି ଶକ୍ତି ପ୍ରଦର୍ଶନ କରିବାକୁ ଲାଗିପଡ଼ିଛନ୍ତି। ଏହିକ୍ରମରେ ଆଜି ଭୁବନେଶ୍ୱର ଉତ୍ତର ପୂଜା ଭସାଣି ସମିତି ଆନୁକୂଲ୍ୟରେ ୧୫ତମ ସାର୍ବଜନୀନ ଦୁର୍ଗା ପୂଜା ଭସାଣି ନିମନ୍ତେ ପ୍ରସ୍ତୁତି ବୈଠକ ଚନ୍ଦ୍ରଶେଖରପୁରସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ମଣ୍ଡପରେ ଅନୁଷ୍ଠିତ ହୋଇଛି। ସମିତିର ସଭାନେତ୍ରୀ ରଶ୍ମିରେଖା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରାୟ ୧୫ଟି ଦୁର୍ଗାପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଭସାଣି ଉତ୍ସବକୁ ସରସ ଓ ସୁନ୍ଦର କରିବା ସହିତ ଶୃଙ୍ଖଳିତ ଭାବରେ କରାଯିବା ଉପରେ ବିସ୍ତୃତ ଆଲୋଚନା ହୋଇଛି।

ସାଂସଦ ପାଣ୍ଠିରୁ ପ୍ରତି ମଣ୍ଡପକୁ ‌ମିଳିବ ଏକ ଲକ୍ଷ ଟଙ୍କା

କ୍ଲବ୍‌ ଟାଉନ୍‌ ପଡ଼ିଆକୁ ଭସାଣି ପଡ଼ିଆ ଭାବରେ ନାମିତ କରାଯାଇ ତାହାକୁ ସଂରକ୍ଷିତ ରଖିବାକୁ ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା। ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଭୁବନେଶ୍ୱର ଉତ୍ତର ଅନ୍ତର୍ଗତ ସମସ୍ତ ଦୁର୍ଗାପୂଜା କମିଟି ତଥା ଉତ୍ତର ଭସାଣି ସମିତିର ଯାହା ସମସ୍ୟା ରହିଛି ତାହା ସମାଧାନ କରାଯିବ। ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଏବଂ ସମିତିର ମୁଖ୍ୟ ଉପଦେଷ୍ଟା ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଚଳିତବର୍ଷ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ମାଧ୍ୟମରେ ଉତ୍ତର ଭୁବନେଶ୍ୱରର ଭାଇଚାରା ଆହୁରି ସୁଦୃଢ଼ ହେବ ବୋଲି କହିଥିଲେ। 

ସାଂସଦ ପାଣ୍ଠିରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତି ମଣ୍ଡପକୁ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ସମିତି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ପୁଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଟ୍ରାଫିକ୍‌, ୱାଟ୍‌କୋ, ବିଏମ୍‌ସି, ନିର୍ମାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଭସାଣି ସମ୍ପର୍କରେ ଆଲୋଚନା କରିଥିଲେ। ସମିତିର ଉପଦେଷ୍ଟା ମଧୁମାଧବ ଜେନା, ଗଜେନ୍ଦ୍ର ଜେନା, ନିଶାକର ସାହୁ, ସମରେନ୍ଦ୍ର ସାହୁ, ସୁକାନ୍ତ କୁମାର ପରିଡ଼ା, ଅଶୋକ କୁମାର ପାତ୍ର, ସୁନୀଲ କୁମାର ରାୟ, ଗୟାଧର ମଲ୍ଲିକ, କେ ସି ଭଞ୍ଜଦେଓଙ୍କ ସମେତ ବିଭିନ୍ନ କମିଟିର  କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସ୍‌ନ ସାଧାରଣ ସମ୍ପାଦକ ତଥା ଭସାଣି ସମିତିର ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ ସଂଯୋଜନା କରିଥିବା ବେଳେ ଗଣ୍ଡରପୁର ଦୁର୍ଗାପୂଜା କମିଟି ସଭାପତି ଉମାକାନ୍ତ ହାତୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe