ଭିକାରୀ ବଳ ଭଜନ ସଂଧ୍ୟା : ‘ହେ ପରମ ପିତା ହେ ପରମ ଗୁରୁ....’

Advertisment
ଭିକାରୀ ବଳ ଭଜନ ସଂଧ୍ୟା : ‘ହେ ପରମ ପିତା ହେ ପରମ ଗୁରୁ....’

ଭୁବନେଶ୍ୱର : ମିଛ ଦୁନିଆରେ..., ହାତରେ ମୋ ମୁଠା ମୁଠା...., ଜଗା କାଳିଆରେ....., ମୁଁ ତ’ ବଡ଼ ଦେଉଳର ପାରା ରେ...., ମନ ପାରା.... ଆଦି ଭଜନରେ ଶ୍ରୀଜଗନ୍ନାଥଙ୍କୁ ସତେ ଯେପରି ଭକ୍ତିଅର୍ଘ୍ୟ ଢାଳୁଥିଲା ଜୟଦେବ ଭବନ ପ୍ରେକ୍ଷାଳୟ। ଭଜନ ସମ୍ରାଟ ଭିକାରୀ ବଳଙ୍କ ଏହି ସବୁ ଭଜନ ଆଜି ଶ୍ରୋତାଙ୍କ ମନରେ ପ୍ରଭୁପ୍ରୀତିକୁ ଜୀବନ୍ତ କରିଥିଲା। ଅବସର ଥିଲା ଭିକାରୀ ବଳଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭିକାରୀ ବଳ ସ୍କୃତି ସଂସଦ ପକ୍ଷରୁ ଆୟୋଜିତ ଭଜନ ସଂଧ୍ୟା ‘ହେ ପରମ ପିତା ହେ ପରମ ଗୁରୁ....’ର। କାର୍ଯ୍ୟକ୍ରମରେ ବିଶିଷ୍ଟ ଗୀତିକାର ଦିବାକର ମହାନ୍ତିଙ୍କୁ ‘ଭିକାରୀ ବଳ ସମ୍ମାନ-୨୦୧୭’ରେ ସମ୍ମାନିତ କରାଯାଇଛି। ଏଥିସହ ‘ରାଜ୍ୟସ୍ତରୀୟ ଭିକାରୀ ବଳ ସଙ୍ଗୀତ ପ୍ରତିଯୋଗିତା’ର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ଏଥିରେ ପୁରସ୍କୃତ କରାଯାଇଛି। ପ୍ରତିଯୋଗିତାର ବିଚାରକ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ନିମାକାନ୍ତ ରାଉତରାୟ ଓ ବରିଷ୍ଠ କଣ୍ଠଶିଳ୍ପୀ ଅନସୂୟା ନାଥଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ମୃତି ସଂସଦର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସଂସଦର କର୍ମକର୍ତ୍ତା ଚିତ୍ତରଞ୍ଜନ ମହାନ୍ତି, ଦିଲ୍ଲୀପ କୁମାର ନାୟକ ଓ ସଂଘମିତ୍ରା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe