ଆଧ୍ୟାତ୍ମିକ ଜାଗରଣ କ୍ଷେତ୍ରରେ ଭୀମ ଭୋଇଙ୍କ ବୈପ୍ଳବିକ ଭୂମିକା ଥିଲା

କିସ୍ ବିଶ୍ବବିଦ୍ୟାଳୟରେ କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନାଚକ୍ର

ଆଧ୍ୟାତ୍ମିକ ଜାଗରଣ କ୍ଷେତ୍ରରେ ଭୀମ ଭୋଇଙ୍କ ବୈପ୍ଳବିକ ଭୂମିକା ଥିଲା

ଭୁବନେଶ୍ବର: ସନ୍ଥ କବି ଭୀମ ଭୋଇ ଓଡ଼ିଶାର ଆଧ୍ୟାତ୍ମିକ ଜାଗରଣ କ୍ଷେତ୍ରରେ ବୈପ୍ଳବିକ ଭୂମିକା ଗ୍ରହଣ କରି ସ୍ମରଣୀୟ ହୋଇଛନ୍ତି। ସେ ଥିଲେ ବାସ୍ତବରେ ଜଣେ ସମାଜ ସଂସ୍କାରକ। ତାଙ୍କର ମାନବବାଦୀ ଚିନ୍ତନକୁ କାବ୍ୟାକୃତିରେ ପ୍ରତିଫଳିତ କରି ସ୍ବକୀୟ ଦାର୍ଶନିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇପାରିଛନ୍ତି ବୋଲି କେନ୍ଦ୍ର ସାହିତ୍ୟ ଅକାଦେମି ଓ କିସ୍ ବିଶ୍ବବିଦ୍ୟାଳୟର ଭୀମଭୋଇ ରିସର୍ଚ୍ଚ ଚେୟାର ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। କିସ୍ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭୀମ ଭୋଇ ରିସର୍ଚ୍ଚ ଚେୟାର ଓ ସାହିତ୍ୟ ଅକାଦେମି ପକ୍ଷରୁ ‘ପଞ୍ଚସଖା ପରମ୍ପରା ଓ ଭୀମ ଭୋଇ’ ଶୀର୍ଷକ ଅଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

କିସ୍ ସଙ୍ଗୀତ ଦଳ ଏଥିରେ ଅଚ୍ୟୁତାନନ୍ଦ ଓ ଭୀମ ଭୋଇଙ୍କ ଜଣାଣ ପରିବେଷଣ କରିଥିଲେ। ଏଥିରେ କିସ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ସଭାପତିତ୍ବ କରିଥିଲେ। ଅନ୍ୟତମ ବକ୍ତା ଭାବେ ବିଜୟ କୁମାର ନନ୍ଦ, ଶରତ ଚନ୍ଦ୍ର ପାଣିଗ୍ରାହୀ, ଫଣୀନ୍ଦମ ଦେଓ ଓ ପ୍ରଦୀପ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ। ଚେୟାର୍‌ ପ୍ରଫେସର୍‌ ହରୀଶ ଚନ୍ଦ୍ର ସାହୁ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଅକାଦେମିର ସଦସ୍ୟ ପ୍ରଦୀପ୍ତ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଆବାହକ ବିଜୟାନନ୍ଦ ସିଂହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପିକା ଶାଶ୍ବତୀ ଜେନା କାର୍ଯକ୍ରମ ସଂଯୋଜନା କରିଥିଲେ ଏବଂ କୁଳସଚିବ ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe