କଳିଙ୍ଗ ଷ୍ଟାଡିୟମରେ ହେବ ଦିଲ୍ଲୀ ପରିସ୍ଥିତି! ଅନ୍ତର୍ଜାତୀୟ ହକି ମ୍ୟାଚ୍ ପ୍ରଭାବିତ ହୋଇପାରେ

Advertisment

ଜୟଦେବ ବିହାର ଛକରେ ଏକ୍ୟୁଆଇ ୩୦୦ରୁ କମୁନି, ବାୟୁ ପ୍ରଦୂଷଣ ସାଂଘାତିକ, ମୁହଁରେ ମାସ୍କ ନବାନ୍ଧିଲେ ଖେଳି ହେବନି

ଜୟଦେବ ବିହାର ଛକରେ ଏକ୍ୟୁଆଇ ୩୦୦ରୁ କମୁନି, ବାୟୁ ପ୍ରଦୂଷଣ ସାଂଘାତିକ, ମୁହଁରେ ମାସ୍କ ନବାନ୍ଧିଲେ ଖେଳି ହେବନି

ହକି ବିଶ୍ବକପ୍‌: ୧୯ରୁ ଅଫ୍‌ଲାଇନ୍‌ରେ ଟିକେଟ୍‌; କଳିଙ୍ଗ ଷ୍ଟାଡିୟମର ୮ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ୬ ନଂ ଗେଟ୍‌ରେ କାଉଣ୍ଟର ବ୍ୟବସ୍ଥା

ଭୁବ‌େନଶ୍ବର : ରାଜଧାନୀର ସବୁଠୁ ପ୍ରଦୂଷିତ ଛକ ପାଲଟିଯାଇଛି ଜୟଦେବ ବିହାର ଛକ। ଏଠାରେ ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୦୦ରୁ କମୁନି। ସକାଳ ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ଛକ ଏବଂ ଏହା ଆଖପାଖ ଅଞ୍ଚଳରେ ଏକ୍ୟୁଆଇ ଅଧିକାଂଶ ସମୟରେ ୪୦୦ ଉପରେ ରହୁଛି। ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।

ଜୟଦେବବିହାର ଛକର ବାୟୁ ପ୍ରଦୂଷଣ ମାତ୍ରା ଏବେ କଳିଙ୍ଗ ଷ୍ଟାଡିୟମ ପାଇଁ ଚିନ୍ତାର କାରଣ ପାଲଟିଲାଣି। ଦିଲ୍ଲୀର ପ୍ରଦୂଷଣ ପାଇଁ ଯେପରି ଅରୁଣ ଜେଟ୍‌ଲୀ ଷ୍ଟାଡିୟମ ଅବସ୍ଥା ହେଲାଣି ଆଗାମୀ ଦିନରେ ଭୁବନେଶ୍ବରର ପ୍ରଦୂଷଣ ପାଇଁ କଳିଙ୍ଗ ଷ୍ଟାଡିୟମର ଅବସ୍ଥା ସେହିପରି ହେବାକୁ ଯାଉଛି। ‌ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ କ୍ରିକେଟ ମ୍ୟାଚ୍ ଖେଳ ହେଲାବେଳେ ଯେପରି ପୂର୍ବରୁ ଖେଳାଳିମାନେ ମୁହଁରେ ମାସ୍କ ପିନ୍ଧି ପଡ଼ିଆରେ ଖେଳୁଥିଲେ ଏବଂ ନିକଟରେ ଏଠାରେ ମ୍ୟାଚ୍ ନକରିବା ନେଇ ଯେପରି ବିବାଦ ଉଠିଥିଲା, ଆଗାମୀ ଦିନରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଭିନ୍ନ ଅନ୍ତର୍ଜାତୀୟ ହକି ମ୍ୟାଚ୍ ବେଳେ ସମାନ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଲାଣି। ଜୟଦେବ ବିହାର ଛକର ବାୟୁ ପ୍ରଦୂଷଣ ମାତ୍ରା ‌ଏତେ ଯେ, ଏଠାରେ ମୁହଁରେ ମାସ୍କ ପିନ୍ଧିବାକୁ ‘ସ୍କାଏ ମେଟ୍‌’ ପରାମର୍ଶ ଦେଉଛି। ଏପରିକି ଏହି ପ୍ରଦୂଷଣରେ ବାହାରେ ଖେଳକୁଦ ନକରିବାକୁ ପରାମର୍ଶ ଦେଉଛି।

publive-image publive-image

ଜୟଦେବ ବିହାର ଛକରୁ ମାତ୍ର ୫୦୦ମିଟର ଦୂରତାରେ କଳିଙ୍ଗ ଷ୍ଟାଡିୟମର ହକି ପଡ଼ିଆ ଥିବାବେଳେ ଏବେ ନିୟମିତ ଏଠାରେ ବିଭିନ୍ନ ଅନ୍ତର୍ଜାତୀୟ ହକି ମ୍ୟାଚ୍ ହେଉଛି। ଏଠାକୁ ବିଭିନ୍ନ ଦେଶର ଖେଳାଳି ଆସୁଛନ୍ତି। ‌େତଣୁ ପ୍ରଦୂଷଣ ଯୋଗୁଁ ଆଗାମୀ ଦିନରେ ବିଭିନ୍ନ ଦେଶର ହକି ଫେଡେରେସନ୍ ଏନେଇ ପ୍ରତିବାଦ କରିବାର ଆଶଙ୍କା ସୃଷ୍ଟି ହେଲାଣି। ଯେଉଁ ଶୀତ ଋତୁରେ ଜୟଦେବ ବିହାର ଛକର ବାୟୁ ପ୍ରଦୂଷଣ ମାତ୍ରା ଚିନ୍ତାଜନକ ହେଉଛି ସେହି ସମୟରେ ଏଠାରେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ୍ ହେଉଥିବାରୁ ରାଜ୍ୟ ସରକାରଙ୍କ ପାଇଁ ମ୍ୟାଚ୍ ଆୟୋଜନ କରିବା କଡ଼ା ଚାଲେଞ୍ଜ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରକୁ ‘ଖେଳ ରାଜଧାନୀ’ ବୋଲି ଘୋଷଣା କରିଥିବାବେଳେ ଭାରତୀୟ ହକି ଫେଡେରେସନ୍ ମଧ୍ୟ ଭୁବନେଶ୍ବରକୁ ଏ ଦିଗରେ ପ୍ରଚାର କରିବାରେ ଲାଗିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ବସ୍‌’ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସ୍ବୀକାର କରିଛନ୍ତି ଯେ, ରାଜଧାନୀରେ ପ୍ରଦୂଷଣ ବଢ଼ିବାରେ ଲାଗିଲାଣି। ଏପରିସ୍ଥଳେ ଅନ୍ତର୍ଜା‌ତୀୟ ହକି ମ୍ୟାଚ୍ ଆୟୋଜନ କରି ଓଡ଼ିଶା ସରକାର ଯେଉଁ ଖ୍ୟାତି ଅର୍ଜନ କରିଛନ୍ତି ଭୁବନେଶ୍ବରର ପ୍ରଦୂଷଣ ତାହାକୁ ଅପବାଦରେ ପରିଣତ କରିଦେବାର ସମ୍ଭାବନାକୁ ଏଡ଼ାଇ ହେବନି।

ଭୁବନେଶ୍ବରର ପ୍ରଦୂଷଣ ମାତ୍ରା ବଢ଼ୁଥିବାବେଳେ ରାଜ୍ୟ ସରକାର ଯଦି ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ସ୍ପୋର୍ଟସ କ୍ୟାପିଟାଲ ଭୁବନେଶ୍ବରକୁ ଜୋର୍‌ ଧକ୍କା ଲାଗିବ। କ୍ରୀଡ଼ା ବିଶେଷଜ୍ଞଙ୍କ କହିବାନୁଯାୟୀ, ଦିଲ୍ଲୀର ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ହୋଇଥିବାରୁ ଏଠାରେ ଖେଳାଳିମାନେ କ୍ରିକେଟ ଖେଳିବାକୁ ରାଜି ହେଉନାହାନ୍ତି। କ୍ରିକେଟ୍ ଅପେକ୍ଷ‌ା ହକି ଖେଳରେ ଖେଳାଳିଙ୍କୁ ଅଧିକ ଦଉଡ଼ିବାକୁ ପଡ଼ିଥା‌ଏ। ଯଦି ବାୟୁ ପ୍ରଦୂଷଣ ଏପରି ରହିବ ତେବେ ଖେଳାଳିଙ୍କ ନିଃଶ୍ବାସପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହେବ। ଖେଳାଳିମାନେ ଦଉଡ଼ିପାରିବେନି। କମ୍‌ ସମୟରେ ଥକି ପଡ଼ିବେ। ଏପରିକି ବାୟୁ ପ୍ରଦୂଷଣ ଅଧିକ ଥିବା ସ୍ଥାନରେ ଖେଳିଲେ ଖେଳାଳିଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ଅଛି। ତେଣୁ ଖେଳାଳିମାନେ ଏଠାରେ ମ୍ୟାଚ୍ ଖେଳି ନିଜ ସ୍ବାସ୍ଥ୍ୟ ପ୍ରତି ରିସ୍କ ନେବାକୁ ଚାହିଁବେନି।

ଭୁବନେଶ୍ବରକୁ ଯେଉଁ ‘ଖେଳ ରାଜଧାନୀର’ ମାନ୍ୟତା ମିଳୁଛି ତାହାକୁ ବଜାୟ ରଖିବାକୁ ହେଲେ ପ୍ରଦୂଷଣମାତ୍ରା କମାଇବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe