ବିମାନବନ୍ଦରରେ ହେବ ଛାତ ଥିବା ପାଦଚଲା ରାସ୍ତା

Advertisment

ଖର୍ଚ୍ଚ ହେବ ୧.୯୨ କୋଟି, ୪ ମାସରେ ସରିବ

ଖର୍ଚ୍ଚ ହେବ ୧.୯୨ କୋଟି, ୪ ମାସରେ ସରିବ

ବିମାନବନ୍ଦରରେ ହେବ ଛାତ ଥିବା ପାଦଚଲା ରାସ୍ତା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଯିବା ଆସିବା କରୁଥିବା ଯାତ୍ରୀଙ୍କ ଲାଗି ଖୁସି ଖବର। ଟର୍ମିନାଲ-୧ରୁ କାର୍‌ ପାର୍କିଂ ସ୍ଥାନ ଏବଂ କାର୍‌ ପାର୍କିଂ ସ୍ଥାନରୁ ଟର୍ମିନାଲ-୧କୁ ଯିବା ଆସିବା ସମୟରେ ଯାତ୍ରୀଙ୍କ ଉପରେ ବର୍ଷା ପାଣି କି ସୂର୍ଯ୍ୟ କିରଣ ବି ପଡ଼ିବନି। ଯାତ୍ରୀମାନେ ଟର୍ମିନାଲ-୧ରୁ ବିନା ପ୍ରତିବନ୍ଧକରେ କାର୍‌ ପାର୍କିଂ ସ୍ଥାନକୁ ଯାଇପାରିବେ। ଏଥିପାଇଁ ଟର୍ମିନାଲ-୧ ସମ୍ମୁଖରେ ୧.୯୨ କୋଟି ଟଙ୍କା ବ୍ୟୟରେ ନିର୍ମିର୍ତ ହେବ ଛାତ ଥିବା ପାଦଚଲା ରାସ୍ତା। ଦିଲ୍ଲୀପ କନ୍‌ଷ୍ଟ୍ରକ୍‌ସନ ପ୍ରାଇଭେଟ୍‌ ଲିମେଟେଡ୍‌କୁ ଏହି କାର୍ଯ୍ୟର ଦାୟିତ୍ୱ ଦିଆଯାଇଛି। ଆସନ୍ତା ୪ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଟର୍ମିନାଲ-୧ ସମ୍ମୁଖରେ ଆଜି ବିମାନବନ୍ଦର ନିର୍ଦେଶକ ଏସ୍‌.ସି. ହୋତା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତାଙ୍କ ସହ ବିମାନବନ୍ଦରର ବରିଷ୍ଠ ଅଧିକାରୀଙ୍କ ସମେତ ସମ୍ପୃକ୍ତ ସଂସ୍ଥାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ନିର୍ଦେଶକ ଶ୍ରୀ ହୋତା କହିଛନ୍ତି ଯେ ଏହାଦ୍ୱାରା ବହୁ ବର୍ଷର ଅସୁବିଧା ଦୂର ହେବ। ବିଶେଷକରି ବର୍ଷା ଦିନେ ଯାତ୍ରୀମାନେ ବିମାନରେ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟର୍ମିନାଲରେ ଅବତରଣ କରିବା ପରେ କାର୍‌ ପାକିଂ ସ୍ଥାନକୁ ଯିବା ବେଳେ ଓଦା ହେବାକୁ ପଡ଼ୁଥିଲା। ଏବେ ଆଉ ସେଭଳି ହେବ ନାହିଁ। ବର୍ଷାରୁ ରକ୍ଷା ମିଳିବ। ଏଠାରେ ଯାତ୍ରୀଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା ରହିବ। ୨୦୧୮ ଫେବ୍ରୁଆରି ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe