ଭୁବନେଶ୍ବର ବାଲିଯାତ୍ରା: ଛାନ୍ଦ, ଓଡ଼ିଶୀ ପରେ ଝୁମାଇଲେ ରୁକୁ ସୁନା

ଭୁବନେଶ୍ବର ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଆଜି ଦର୍ଶକମାନେ ଦୁଇ ଭିନ୍ନ ଧାରାର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ପ୍ରଥମ ମଞ୍ଚରେ ଓଡ଼ିଶା ଲୋକକଳା ଦର୍ଶକଙ୍କୁ ଭାବରସରେ ଭିଜାଇଥିବା ବେଳେ ଦ୍ବିତୀୟ ମଞ୍ଚରେ ରୁକୁ ସୁନାଙ୍କ ଅତ୍ୟାଧୁନିକ ଗୀତ ଯୁବପିଢ଼ିଙ୍କୁ ଝୁମାଇଥିଲା।

dgadgdazvc

ବାରଙ୍ଗ: ଭୁବନେଶ୍ବର ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଆଜି ଦର୍ଶକମାନେ ଦୁଇ ଭିନ୍ନ ଧାରାର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ପ୍ରଥମ ମଞ୍ଚରେ ଓଡ଼ିଶା ଲୋକକଳା ଦର୍ଶକଙ୍କୁ ଭାବରସରେ ଭିଜାଇଥିବା ବେଳେ ଦ୍ବିତୀୟ ମଞ୍ଚରେ ରୁକୁ ସୁନାଙ୍କ ଅତ୍ୟାଧୁନିକ ଗୀତ ଯୁବପିଢ଼ିଙ୍କୁ ଝୁମାଇଥିଲା। ପ୍ରଥମ ମଞ୍ଚରେ କୁନିକୁନି କଳାକାରମାନେ ଗଣକବି ସ୍ୱର୍ଗତ ବୈଷ୍ଣବ ପାଣିଙ୍କ ରଚିତ ଛାନ୍ଦରେ ନୃତ୍ୟ ପରିବେଷଣ କରିଥିଲେ। ସେହିଭଳି ସେମାନେ ଓଡ଼ିଶୀ ନୃତ୍ୟଗୁରୁ କେଳୁ ଚରଣ ମହାପାତ୍ରଙ୍କୁ ଅନୁସରଣ କରି ନୃତ୍ୟ ପରିବେଷଣ କରିଥିଲେ।

ଅପରପକ୍ଷେ ଦ୍ୱିତୀୟ ମଞ୍ଚରେ କଣ୍ଠଶିଳ୍ପୀ ରୁକ୍‌ ସୁନ‌ାଙ୍କ ସୁପରହିଟ୍‌ ଗୀତ ଦର୍ଶକଙ୍କ ଭିତରେ ଉନ୍ମାଦନା ଭରିଦେଇଥିଲା। ‘ଲବଙ୍ଗ ଲତା...’, ‘ଆଲୋ ମୋ ରିବନ ଫିତା ...’ ଭଳି ଗୀତ ଗାଇ ରୁକ୍‌ ସୁନା ଦର୍ଶକଙ୍କୁ ନଚେଇ ଦେଇଥିଲେ।  ଆଜି ଅତିଥି ଭାବେ ଜିଲ୍ଲାପାଳ ଅମ୍ରିତ୍‌ ଋତୁରାଜ, ଅନୁପ ଖୁଣ୍ଟିଆ, ସନ୍ତୋଷ ନାଥ, ବିନୋଦ ସାହୁ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା ଓ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe