ସ୍ୱାଭାବିକ ଚାଲିଲା ଭୁବନେଶ୍ୱର କୋର୍ଟ

Advertisment

୩୦ ପର୍ଯ୍ୟନ୍ତ ବନ୍ଦ ରହିବ ମାନବାଧିକାର କମିସନଙ୍କ କାର୍ଯ୍ୟାଳୟ

୩୦ ପର୍ଯ୍ୟନ୍ତ ବନ୍ଦ ରହିବ ମାନବାଧିକାର କମିସନଙ୍କ କାର୍ଯ୍ୟାଳୟ

କୋର୍ଟକୁ ଠକୁଛନ୍ତି ନକଲି ଜାମିନଦାର: ଛୋଟରେ ୭୦୦ ଓ ବଡ଼ରେ ୩୦୦୦

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହେ ଧରି ବନ୍ଦ ରହିଥିବା ଭୁବନେଶ୍ବର କୋର୍ଟ ଆଜିଠୁ ସ୍ବାଭାବିକ ହୋଇଛି। ସ୍ବାଭାବିକ ଭାବେ ଆଜିଠୁ କୋର୍ଟ କାର୍ଯ୍ୟ ଚାଲିଛି। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ସମେତ ସବୁ କୋର୍ଟ ଖୋଲିଥିଲା। ସୂଚନାଯୋଗ୍ୟ, କୋର୍ଟରୁ ଏକାଥରକେ ୨୩ ପଜିଟିଭ୍ ବାହାରିବା ପରେ ଗତ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖା ଯାଇଥିଲା। ୨୬ ଓ ୨୭ ତାରିଖ ଛୁଟି ଥିବାରୁ ଆଜି କୋର୍ଟ ଖୋଲିଛି।

୩୦ ପର୍ଯ୍ୟନ୍ତ ବନ୍ଦ ରହିବ ମାନବାଧିକାର କମିସନଙ୍କ କାର୍ଯ୍ୟାଳୟ
ଭୁବନେଶ୍ୱର : ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟ ମାନବାଧିକାର କମିସନଙ୍କ କାର୍ଯ୍ୟାଳୟ। କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କମିସନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଅତ୍ୟନ୍ତ ଜରୁରୀ ମାମଲା ଯଦି ଇ-ମେଲ୍‌ ଜରିଆରେ କମିସନ୍‌ଙ୍କ ନିକଟରେ ପହଞ୍ଚେ, ତାହେଲେ ସେହି ମାମଲାର ବିଚାର କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କମିସନ୍‌ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀକୁ ଗୃହ ପୃଥକବାସରେ ରହିବା ଲାଗି ନିର୍ଦେଶ ଦିଆଯାଇଛି। ଯଦି କୌଣସି କର୍ମଚାରୀଙ୍କ ଶରୀରରେ କୋଭିଡ୍‌ ଲକ୍ଷଣ ଦେଖାଯାଏ, ତାହେଲେ ସେମାନେ କୋଭିଡ୍‌ ପରୀକ୍ଷା କରାଇ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe