୧୩ ହଜାର ଟପିଲା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪୮୩ ପଜିଟିଭ୍‌

Advertisment

ସ୍ଥାନୀୟ ସଂକ୍ରମଣ ୨୭୮ ଜଣ, ଓଏସଏପିର ୩୪ ଜଣଙ୍କ ସମେତ ସୁସ୍ଥ ହେଲେ ୩୫୪ ଆକ୍ରାନ୍ତ

ସ୍ଥାନୀୟ ସଂକ୍ରମଣ ୨୭୮ ଜଣ, ଓଏସଏପିର ୩୪ ଜଣଙ୍କ ସମେତ ସୁସ୍ଥ ହେଲେ ୩୫୪ ଆକ୍ରାନ୍ତ

୧୩ ହଜାର ଟପିଲା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪୮୩ ପଜିଟିଭ୍‌

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଟପିଛି। ବିଭିନ୍ନ ଅଂଚଳରୁ ଆଜି ୪୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୦୫ ଜଣ ଓ ସ୍ଥାନୀୟ ଅଂଚଳରୁ ୨୭୮ ଜଣ ଆକ୍ରାନ୍ତ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ଯାତ୍ରା ବିବରଣୀ ଅଛି। ପଟିଆର ଯୁବକ ଦିଲ୍ଲୀରୁ ଫେରିଥିଲେ। ବାକି ୨୦୪ ଜଣ ପୂର୍ବରୁ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଭୁବନେଶ୍ୱରରୁ ଆଜି ୩୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୧୩ ହଜାର ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୨୨୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦୧୪ ଜଣ ଚିକିତ୍ସାଧୀନ ଅଛନ୍ତି।

publive-image

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସହିଦ ନଗର, ସତ୍ୟ ବିହାରରୁ ୮-୮ ଜଣ, ଇଡକୋ କଲୋନିରୁ ୭ ଜଣ, ୟୁନିଟି-୬, ୬ ଜଣ ପୁଲିସ କର୍ମଚାରୀ, ଚିନ୍ତାମଣିଶ୍ୱର, ଭିଏସଏସ ନଗର, ଆଇଟ କଲୋନିରୁ ୪-୪ ଜଣ, କେନ୍ଦ୍ର ସରକାରଙ୍କ ଏକ ହସ୍‌ପିଟାଲରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ୟୁନିଟ-୯ରୁ ୧୩ ଜଣ, ସହିଦ ନଗରରୁ ୧୧ ଜଣ, ୟୁନିଟ-୯ ଇଡକୋ କଲୋନିରୁ ୧୦ ଜଣ, ନିଳାଦ୍ରୀ ବିହାରରୁ ୯ ଜଣଙ୍କ ସମେତ ମୋଟ ୨୭୮ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

publive-image

ଭୁବନେଶ୍ୱରରୁ ଆଜି ମୋଟ ୩୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଓଏସଏପି ୭ମ ବାଟାଲିଅନରୁ ୩୪ ଜଣ ଅଛନ୍ତି। ସେହିଭଳି ଜାଗମରାରୁ ୧୨ ଜଣ, ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୧୧ ଜଣ, ଲକ୍ଷ୍ମୀସାଗରରୁ ୧୦ ଜଣ ୟୁନିଟ-୮ ସରକାରୀ ହାଇସ୍କୁଲ ଅଂଚଳରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe