ଭୁବନେଶ୍ବର ଡାଏରୀ: ପୁଣି ଓଡ଼ିଆ ନାମଫଳକ ପ୍ରହସନ

Advertisment
ଭୁବନେଶ୍ବର ଡାଏରୀ: ପୁଣି ଓଡ଼ିଆ ନାମଫଳକ ପ୍ରହସନ

nandighoshatv.com

‘ସବୁ ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟ। ନଚେତ ଦଣ୍ଡିତ ହେବେ।’ ଏହି ଦୁଇ ଧାଡ଼ିକୁ ଆମ ପ୍ରଶାସନିକ ଅଧିକାରୀମାନେ ମଝିରେ ମଝିରେ କାହିଁକି ଘୋଷି ହୁଅନ୍ତି, ତାହା ବୁଝା ପଡ଼ୁନାହିଁ। ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଏକ ଚିଠି ସବୁବେଳେ ପ୍ରସ୍ତୁତ ହୋଇକି ବୋଧେ ରହିଥାଏ। କେବଳ ତାରିଖ ଓ ସେହି ସମୟର ଅଧିକାରୀଙ୍କ ନାମ ପଡ଼ି ସେଇଟାକୁ ସବୁ ବିଭାଗକୁ ପଠାଯାଏ। ଗତ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସବୁ ବାଣିଜ୍ୟିକ ପ୍ରତିଷ୍ଠାନ‌ ଓଡ଼ିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ ଦେଲେ। ଶ୍ରମ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଗଲା। ଏହା ମଧ୍ୟରେ ମାସେ ଟପିଗଲାଣି। ରାଜ୍ୟର ଅନ୍ୟ ସ୍ଥାନରେ କେତେ ଓଡ଼ିଆ ନାମଫଳକ ରହିଲା, ତାହାର ହିସାବ ଦରକାର ନାହିଁ।

publive-image

ଏଇ ରାଜଧାନୀରେ ସଂସ୍କୃତି ସଚିବଙ୍କ ଚିଠିର କାଣିଚାଏ ପ୍ରଭାବ ପଡ଼ିନାହିଁ। ଶ୍ରମ ବିଭାଗ ପଦ‌କ୍ଷେପ ନେବ କ’ଣ? ଖୋଦ୍ ଶ୍ରମ କମିସନର୍‌ଙ୍କ କାର୍ଯ୍ୟାଳୟର ଚାରିପଟରେ ଥିବା ଅଧିକାଂଶ ଦୋକାନ, ସୋ’ରୁମ୍‌ରେ ଖାଲି ଇଂରାଜୀ ନାମଫଳକ ଝୁଲୁଛି। ଖୋଲାଖୋଲି ସେମାନେ ଆଇନକୁ ଫୁ’ କରୁଥିଲେ ବି ଶ୍ରମ ବିଭାଗ ନଜର ପଡ଼ୁନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ବି ନାହିଁ। ଲାଗୁଛି, ସତେ ଯେମିତି ସଂସ୍କୃତି ସଚିବଙ୍କ ଚିଠିକୁ ଅନ୍ୟ ଅଧିକାରୀମାନେ ହେୟଜ୍ଞାନ କରିଦେଇଛନ୍ତି। ଯେତେବେଳେ ସରକାରୀ ବ୍ୟବସ୍ଥାରେ ଅଧିକାଂଶ ଅଧିକାରୀ ଓଡ଼ିଆ ଭାଷା ବ୍ୟବହାର ନ କରିବାକୁ ରାଣ ଖାଇଛନ୍ତି, ସେଠି ଏମିତି ଚିଠି ସେମାନଙ୍କୁ ବା କି ଭୟ ଦେଖାଇବ!

-ଅମିତାଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe