ଭୁବନେଶ୍ବର ଡିସିପିଙ୍କୁ ହାଇକୋର୍ଟଙ୍କ ତାଗିଦ୍‌, ଦାଖଲ ହେଲା ତଦନ୍ତ ସଂପର୍କିତ ତଥ୍ୟ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ: ପୁଲିସ୍‌ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ଦାୟର ଏକ ମାମଲାରେ ଭୁବନେଶ୍ବର ଡିସିପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବା ପରେ ହାଇକୋର୍ଟରେ ସବିଶେଷ ତଥ୍ୟ ଦାଖଲ ହୋଇଛି। ଏହି ମାମଲାରେ ତଦନ୍ତ ସଂପର୍କିତ ସବିଶେଷ ତଥ୍ୟ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସମୟ ନିଆଯାଇଥିଲା। ମାର୍ଚ୍ଚ ୨୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ଯଦି ପରବର୍ତ୍ତୀ ଶୁଣାଣି ସମୟରେ ସବିଶେଷ ତଥ୍ୟ ଦାଖଲ ନ କରାଯାଏ, ତେବେ ଡିସିପି ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାମଲାର ଶୁଣାଣି ସମୟରେ ତଦନ୍ତ ସଂପର୍କିତ ତଥ୍ୟ ସରକାରୀ ଓକିଲଙ୍କ ଜରିଆରେ ହାଇକୋର୍ଟରେ ଉପସ୍ଥାପନ କରାଯାଇଥିଲା।

ଏହି ଆଧାରରେ ତଦନ୍ତରେ ସ୍ବଚ୍ଛତା‌ ଓ ଏତଲାକାରୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସଞ୍ଜୁବାଳା ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପରିଚାଳନା ଦାୟିତ୍ବରେ ଥିବା ସଂଜୁବାଳା ବେହେରା ମଞ୍ଚେଶ୍ବର ଥାନାରେ ଏତଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଅନୁଷ୍ଠାନ ପରିସରରେ କେତେକ ଦୁର୍ବୃତ୍ତ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଘଟଣାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ। ଅଭିଯୋଗ ଆଧାରରେ ମଞ୍ଚେଶ୍ବର ଥାନା ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତରେ ଶିଥିଳତା ଅଭିଯୋଗ କରି ସଞ୍ଜୁବାଳା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe