ରାଜଧାନୀ‌ରେ ମରୀଚିକା, ପୁଣି ୪୦ ଡିଗ୍ରି ଟପିଲା ପାରଦ

ରାଜଧାନୀ‌ରେ ମରୀଚିକା, ପୁଣି ୪୦ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର : ଭୁବନେଶ୍ବରର ରାଜନୈତିକ ଉଷ୍ମତାକୁ ବଳିଯାଇଛି ସୂର୍ଯ୍ୟଙ୍କ ତାତି। ଦିନ ୧୦ଟା ବେଳକୁ ତତଲା ସହରରେ ପରିଣତ ହେଉଛି ସମ୍ପୂର୍ଣ୍ଣ ରାଜଧାନୀ। ରାସ୍ତାଘାଟ ଶୂନ୍‌ଶାନ୍‌। ଘରୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି। ଏତେ ଜୋର୍‌ରେ ତାତି ହେଉଛି ଯେ ମୁଣ୍ଡ ଉପରୁ ଅଗ୍ନି ବର୍ଷା ହେଲା ପରି ଅନୁଭୂତ ହେଉଛି। ଚାଲି ଚାଲି ଯିବା କାଠିକର ପାଠ ହୋଇପଡ଼ୁଛି। ପାଦ ସିଝିଗଲା ପରି ଲାଗୁଛି। ମୁଣ୍ଡ ଉପରେ ଛତା, ଗାମୁଛା, ରୁମାଲ୍‌ ନ ପକାଇଲେ ପାଦେ ବି ଆଗକୁ ଯାଇ ହେଉନି। ଆଜି ଦିନତମାମ ସହରରେ ଏଭଳି ସ୍ଥିତି ଲାଗି ରହିଥିଲା।

publive-image

ଗତକାଲି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ଥିଲା। ଆଜି ୦.୭ ଡିଗ୍ରି ବୃଦ୍ଧି ପାଇ ପାରଦ ୪୦.୨ରେ ଡିଗ୍ରିରେ ପହଞ୍ଚିଛି। ଚଳିତ ବର୍ଷ ଏପ୍ରିଲ୍‌ ମାସରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୪୦ ଡିଗ୍ରି ଟପିଛି। ତାତି ଅଧିକ ହେଉଥିବା ବେଳେ ମଧ୍ୟାହ୍ନରେ ରାସ୍ତାରେ ମରୀଚିକା ସୃଷ୍ଟି ହୋଇଥିଲା। ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ଏହାପରେ କିଛିଟା ପରିବର୍ତନ ହୋଇଥିଲା। ତାପମାତ୍ରା କମିବା ସହ ପବନ ହେବାରୁ ସ୍ଥିତିରେ ସୁଧାର ଆସିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ଧରି ଏଭଳି ସ୍ଥିତି ଲାଗି ରହିବ। ତାପମାତ୍ରା ଆଉ ଗୋଟିଏ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଅପରାହ୍‌ଣରେ କାଳବୈଶାଖୀ ଆଶଙ୍କା ରହିଛି। ତେବେ ୧୭ ତାରିଖ ପରେ ଲଗାତାର ୪ ଦିନ ଧରି ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ୨୨ ତାରିଖରେ ପୁଣିଥରେ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe