୧୪ରୁ ଭୂଫେଷ୍ଟୋ, ଭୁବନେଶ୍ୱରବାସୀଙ୍କୁ ମିଳିବ ଭିନ୍ନ ଅନୁଭୂତି

୧୪ରୁ ଭୂଫେଷ୍ଟୋ, ଭୁବନେଶ୍ୱରବାସୀଙ୍କୁ ମିଳିବ ଭିନ୍ନ ଅନୁଭୂତି

Sambad English

ଭୁବନେଶ୍ୱର: ସର୍ବବୃହତ୍ ଅନ୍ତର୍ଜାତୀୟ ଓରାଲ୍ ଷ୍ଟୋରି ଟେଲିଙ୍ଗ ଫେଷ୍ଟିଭାଲ-ଭୂଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରି ଟେଲିଙ୍ଗ୍‌) ଆଗାମୀ ଡଟ୍ ଫେଷ୍ଟ୍ ପାଇଁ ପୁଣି ଥରେ ଭୁବନେଶ୍ୱର ସହରକୁ ଫେରିଛି। ସ୍ଥାନୀୟ ସାହିତ୍ୟ, କବିତା ଓ କାହାଣୀଗୁଡ଼ିକର ମହାନତାକୁ ବଞ୍ଚାଇ ରଖିବା ପାଇଁ ଭୂଫେଷ୍ଟୋକୁ ସ୍ୱତନ୍ତ୍ର ଭାବେ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ କଳାଭୂମି, ଆଇଜି ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ ଓ ଏପିଜେ ଅବ୍‌ଦୁଲ କଲାମ ପାର୍କରେ ଏହାକୁ ଆୟୋଜନ କରାଯିବ।

ପୁରୁଷ ହକି ବିଶ୍ୱକପ୍ ଓ ଜାନୁଆରି ୧୫ରୁ ୨୯ ମଧ୍ୟରେ ଆୟୋଜିତ ହେବାକୁ ଯାଉଥିବା ଡଟ୍ ଫେଷ୍ଟ୍‌ର ସମୟରେ ଭୂଫେଷ୍ଟା ଭୁବନେଶ୍ୱରବାସୀଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। ଏଥିରେ ବିଶ୍ୱର ଶୀର୍ଷ ଷ୍ଟୋରି ଟେଲର୍ ତଥା କଥାକାରମାନେ ପ୍ରଦର୍ଶନ କରିବେ। ସ୍କୁଲ, କଲେଜ, ବସ୍ତି ସମେତ ବିଭିନ୍ନ ସମୁଦାୟର ଛାତ୍ରଛାତ୍ରୀଙ୍କୁ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଏକ ସୁଯୋଗ ଦିଆଯିବ। ଦୃଷ୍ଟିହୀନ ଓ ଶ୍ରବଣଶକ୍ତି ନଥିବା ଅତିଥିଙ୍କ ସୁବିଧା ପାଇଁ ସାଙ୍କେତିକ ଭାଷାରେ ଏକ ସ୍ୱତନ୍ତ୍ର ଷ୍ଟୋରି ଟେଲିଙ୍ଗ ସେସନ୍‌ ବିକଶିତ କରାଯାଇଛି। ବ୍ରାଜିଲ, ସ୍କଟ୍‌ଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାରୁ ଅନ୍ତର୍ଜାତୀୟ କଥାକାର ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe