ଭୁବନେଶ୍ବର: ପୂଜାମଣ୍ଡପରେ ରଙ୍ଗିନ୍ ଆଲୋକ ଭିତରେ ବିଗ୍ରହମାନେ ବେଶ୍ ସୁନ୍ଦର ଦେଖାଯାଉଥିବା ବେଳେ ସବୁ ତୋରଣର ଆଖି ଝଲସା ଲାଇଟ୍ ସହରର ରାଜରାସ୍ତାକୁ ଝଲମଲ କରୁଛି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଆୟୋଜିତ ମୀନାବଜାର ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛି। ସବୁ ମଣ୍ଡପରେ ସାଜସଜ୍ଜାରେ କିଛି କିଛି ନିଆରା ଝଲକ ଦେଖିବାକୁ ମିଳୁଛି। କେଉଁଠି ଗଜାନନଙ୍କୁ ଅଶ୍ୱ ଦ୍ବାରା ଟଣାଯାଇଥିବାର ଦେଖିବାକୁ ମିଳୁଛି ତ କେଉଁଠି ଯୋଦ୍ଧା ଆକୃତିରେ ମୂର୍ତ୍ତି ବସିଛନ୍ତି। ଚଳିତ ବର୍ଷ ପ୍ରାୟ ସବୁ ମଣ୍ଡପର ମୂର୍ତ୍ତି ବଡ଼ ଓ ଅଧିକ ସୁନ୍ଦର ଦେଖାଯାଉଥିବା ଦର୍ଶକମାନେ କହୁଛନ୍ତି। ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିବାବେଳେ ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ମଣ୍ଡପ ନିକଟରେ ଏଲ୍ଇଡି ଲାଇଟ୍ରେ ସିଂହ, ରାବଣ, ଡ୍ରାଗନ୍, ଭାଲୁ, ପଶୁପକ୍ଷୀଙ୍କ ଆନିମେସନ୍ କାର୍ଟୁନ୍ ପୂଜା ମାହୋଲ୍କୁ ଆହୁରି ସରସ ସୁନ୍ଦର କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us