ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୁବନେଶ୍ୱର ପଛୁଆ

୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ଲକ୍ଷ୍ୟ, ମଞ୍ଜୁରପ୍ରାପ୍ତ ପ୍ରକଳ୍ପର ୨୫% ସରିଛି

ଭୁବନପୁରରେ ବଢ଼ୁଛି ବସ୍ତି କଳେବର: ଆଡ଼ା ଜମାଇଲେଣି ଅସାମାଜିକ ତତ୍ତ୍ବ

smartcitybhubaneswar.gov.in

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)ରେ ପଛରେ ପଡ଼ିଛି ଭୁବନେଶ୍ବର। ବିଭାଗୀୟ ସମନ୍ବୟ ଅଭାବ ସାଙ୍ଗକୁ କରୋନା ମହାମାରୀ ପ୍ରକଳ୍ପକୁ ପଛକୁ ଠେଲି ଦେଇଛି। ୨୦୨୨ ସୁଦ୍ଧା କେନ୍ଦ୍ର ସରକାର ‘ହାଉସିଂ ଫର୍‌ ଅଲ’ ଲକ୍ଷ୍ୟ ରଖିଥିବା ବେଳେ ଅଦ୍ୟାବଧି ମଞ୍ଜୁର ପାଇଥିବା ସଂଖ୍ୟାର ମାତ୍ର ୨୫ ପ୍ରତିଶତ ନିର୍ମାଣ ଶେଷ ହୋଇଛି। ଏ ନେଇ ନିତି ଆୟୋଗଙ୍କ ରିପୋର୍ଟ ପ୍ରକାଶ ପାଇବା ସହ ଓଡ଼ିଶା ଗସ୍ତରେ ଥିବା ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ସଚିବ ମଧ୍ୟ ପ୍ରକଳ୍ପର ମନ୍ଥରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ପରେ ତନାଘନା ହୋଇଛି। ଧାର୍ଯ୍ୟ ସମୟରେ ସାରିବା ପାଇଁ ପ୍ରକଳ୍ପର ସମୀକ୍ଷା ଆରମ୍ଭ ହୋଇଛି।

ପୂର୍ବରୁ ରାଜୀବ ଆବାସ ଯୋଜନା (ରେ’)ରେ ପରିବର୍ତ୍ତିତ ହୋଇ ପିଏମ୍‌ଏୱାଇ ହୋଇଛି। ଏହି ଯୋଜନା‌ରେ ‘ପ୍ରତ୍ୟେକଙ୍କୁ ଘର’ ଲକ୍ଷ୍ୟରେ କେବଳ ବସ୍ତିବାସିନ୍ଦା ନୁହନ୍ତି, ବରଂ ସହରୀ ଗରିବଙ୍କୁ ମଧ୍ୟ ପକ୍କାଘର ଦିଆଯାଉଛି। ଯେଉଁ ବସ୍ତିବାସିନ୍ଦାଙ୍କ ନିଜର ଜମି ନାହିଁ, ସେମାନଙ୍କୁ ଚିହ୍ନଟ କରିବା ପରେ ସ୍ବତନ୍ତ୍ର ଘର ତିଆରି କରି ଦିଆଯାଉଛି। ଯେଉଁମାନଙ୍କର ଜାଗା ଅଛି କିନ୍ତୁ ଘର ନାହିଁ ବା କଚ୍ଚା ଘର ଅଛି, ସେମାନଙ୍କୁ ପକ୍କାଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି। ଏହି ଯୋଜନା(ଯେଉଁମାନଙ୍କର ଜାଗା ଅଛି)ରେ’ ପ୍ରାଥମିକ ପର୍ଯ୍ୟାୟରେ ୯୬୦ଜଣ ଚିହ୍ନଟ କରାଯାଇ ସେମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବାକୁ ଯୋଜନା ହୋଇଥିଲା। ହେଲେ ବିଭିନ୍ନ କାରଣରୁ ଶତପ୍ରତିଶତଙ୍କୁ ଘର ଯୋଗାଇ ଦିଆଯାଇ ପାରିନାହିଁ। କେତେକ ଜାଗାରେ ଆର୍ଥିକ ଅନୁଦାନ ଦିଆସରିଥିଲେ ମଧ୍ୟ ଘର ତିଆରି ପାଇଁ ଏହି ଅନୁଦାନ ନିଅଣ୍ଟ ହୋଇଛି। ଫଳରେ ହିତାଧିକାରୀର ଘର ତିଆରି କରିପାରି ନାହିଁ। କେତେକ ଜାଗାରେ ପଇସା ନେଇ ହିତାଧିକାରୀ ଘର ତିଆରି କରୁନାହିଁ। ଏହା ପଛରେ ଥିବା ସମସ୍ୟାର ସମାଧାନ କରାଯାଇ ଘର ତିଆରି କରିବାକୁ ପ୍ରୋତ୍ସାହିତ କରିବା ଭଳି ବ୍ୟବସ୍ଥା ମଧ୍ୟ ହେଉ ନାହିଁ। ଫଳରେ ପ୍ରକଳ୍ପ ଏକ ପ୍ରକାର ଫେଲ ମାରିଛି।

publive-image Odisha Bytes

ସେହିଭଳି ରେ’(ରାଜୀବ ଆବାସ ଯୋଜନା) ଯୋଜନା ମଧ୍ୟ ସଫଳ ହେଉନାହିଁ। ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦିଆଯାଇଥିଲେ ମଧ୍ୟ କେତେକ ବସ୍ତିବାସିନ୍ଦା ସମ୍ପୃକ୍ତ ଘରକୁ ଭଡ଼ା ଲଗାଇ ବସ୍ତିରେ ହିଁ ରହୁଛନ୍ତି। କେତେକ ବସ୍ତିଘରକୁ ଭଡ଼ାରେ ଲଗାଇ ରେ’ ଯୋଜନାରେ ମିଳିଥିବା ଘରେ ରହୁଛନ୍ତି। ଫଳରେ ବସ୍ତି ଯେମିତି ରହିବା କଥା ସେମିତି ରହିଛି। କେତେକ ବସ୍ତିରେ ରହି ରେ’ ଯୋଜନାରେ ମିଳିଥିବା ଘର ଭଡ଼ାରେ ଲଗାଇ ଦେଇଛନ୍ତି। ବସ୍ତି ଉଚ୍ଛେଦ ବେଳେ ଏଭଳି ଏକାଧିକ ଉଦାହରଣ ସାମ୍ନାକୁ ଆସିଛି। କେତେକ ଘରେ ବିଜୁଳି ସଂଯୋଗ ନଥିବା ବେଳେ କେତେକରେ ପାନୀୟ ଜଳ ଉପଲବ୍ଧ ନାହିଁ। ଫଳରେ ତାହା ରହିବା ଉପଯୋଗୀ ହେଉନାହିଁ। ଏହାର ସମୀକ୍ଷା କରିବା ସହ ଉପଯୁକ୍ତ ହିତାଧିକାରୀକୁ ଥଇଥାନ କରିବା ପାଇଁ ଉଦ୍ୟମ ମଧ୍ୟ ହେଉନାହିଁ। ମୌଳିକ ଆବଶ୍ୟକତା ଯୋଗାଇ ଦିଆଯାଇନଥିବାରୁ ବିରୋଧ ଭୟରେ ଅଧିକାରୀ ଯାଉନାହାନ୍ତି କିମ୍ବା ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଫଳରେ ନିର୍ମାଣ ମନ୍ଥର ହୋଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ପ୍ରକଳ୍ପ‌ର ନିୟମିତ ସମୀକ୍ଷା ହେଉଛି। କେଉଁଠି ସମସ୍ୟା ରହିଚି, ତାହାର ସମାଧାନ କରାଯାଇ ଗୃହ ନିର୍ମାଣ ତ୍ବରାନ୍ବିତ କରାଯାଉଛି। ତେବେ କରୋନା କାଳରେ ଏହି ପ୍ରକଳ୍ପ କିଛି ମାତ୍ରାରେ ପଛେଇ ଯାଇଛି।

ଉଲ୍ଲେଖଯୋଗ୍ୟ, ବିଏମ୍‌ସି ଅଞ୍ଚଳରେ ମଞ୍ଜୁର ପାଇଥିବା ପିଏମ୍‌ଏୱାଇ ଘର(ସହରାଞ୍ଚଳ) ସଂଖ୍ୟାର ୨୫ପ୍ରତିଶତ ନିର୍ମାଣ ହୋଇଥିବା ବେଳେ ୨୦୬ ପ୍ରତିଶତ ନିର୍ମାଣ କରି କୋଲକାତା ତାଲିକାର ଶୀର୍ଷରେ ରହିଛି। ୪.୫୭ ପ୍ରତିଶତ ନିର୍ମାଣ କରି ମଣିପୁରର ଇମ୍ଫାଲ୍‌ ତାଲିକାର ଶେଷରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe