ଭୋଟ୍‌ ଦେଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

Advertisment
ମୁଁ କେବେ ଲିଙ୍ଗରାଜ ଆଇନକୁ ବିରୋଧ କରିନି: ଅପରାଜିତା

The New Indian Express

ଭୁବନେଶ୍ୱର : ଭୋଟ୍ ଦେଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯେଉଁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଥିଲେ, ରାଜଧାନୀରେ ଘର ଘର ବୁଲି ପ୍ରଚାର କରୁଥିଲେ, ସେହି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଦେଲା ବେଳକୁ ଦିଲ୍ଲୀ ପଳାଇଛନ୍ତି ଅପରାଜିତା। ଦିନକ ଆଗରୁ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଆଜି ସାଢେ ୧୨ଟାରେ ଆଇଆରସି ଭିଲେଜ ୨୫ ନମ୍ବର ୱାର୍ଡରେ ଥିବା ସରକାରୀ ବାଳିକା ହାଇସ୍କୁଲରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭୋଟ୍ ଦେବେ ବୋଲି। ହେଲେ ପରେ ଏହା ବାତିଲ ହୋଇଥିବା ସୂଚନା ଦିଆଗଲା। କୁହାଗଲା ସଂସଦର ଜରୁରୀ କାମ ଥିବାରୁ ଅପରାଜିତା ଏବେ ଦିଲ୍ଲୀରେ ଅଛନ୍ତି।

ସେପଟେ ଅପରାଜିତା କହିଛନ୍ତି ଯେ ପୌର ନିର୍ବାଚନରେ ପ୍ରା‌ର୍ଥୀ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ସମସ୍ତେ ନିଜର ଭୋଟ ଦାନ ଅଧିକାର ସାବ୍ୟସ୍ତ କରନ୍ତୁ। ଏହା ଆମର ଅଧିକାର। ଭୁବନେଶ୍ବରରେ ରହି ଆଜି ଭୋଟ ଦେବାକୁ ବହୁତ ଇଚ୍ଛା ଥିଲା। ମାତ୍ର ଆଜି ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ ପାସ୍ ଲାଗି ହ୍ୱିପ୍ ଜାରି କରାଯାଇଛି। ଯେଉଁଥିପାଇଁ ଦିଲ୍ଲୀରେ ରହିଥିବା ନେଇ ସଫେଇ ଦେଇଛନ୍ତି। ପ୍ରଚାର ଦୃଷ୍ଟିରୁ ମୂଳରୁ ହୁଗୁଳା ପଡ଼ିଯାଇଥିବା ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କଠାରୁ ଆରମ୍ଭ କରି କର୍ପୋରେଟର୍‌ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲେ କୌଣସି କେନ୍ଦ୍ରୀୟ ନେତା। ସଂସଦ ଅଧିବେଶନରେ ଯୋଗଦେବା ପାଇଁ ଅପରାଜିତା ଅଧାରୁ ପ୍ରଚାର ମଇଦାନ ଛାଡ଼ି ପଳାଇ ଯାଇଥିଲେ। ଆଜି ଭୋଟ୍ ଦିନରେ ଅନୁପସ୍ଥିତ ରହିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ କରାଯାଇଛି। ଏମିତିକି ଦଳ ଭିତରର ନେତାମାନେ ମଧ୍ୟ ଭୁବନେଶ୍ୱର ସାଂସଦଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ମତଦାନ ଥିବାରୁ ଦଳୀୟ କର୍ତ୍ତୃପକ୍ଷଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଇ ସେ ଏଠାରେ ଭୋଟ୍‌ ପାଇଁ ରହିପାରିଥା’ନ୍ତେ ବୋଲି କିଛି ନେତା ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe