ଭୁବନେଶ୍ୱରରେ ମା’କୁ ୨ ନାବାଳକ ପୁଅଙ୍କ ହତ୍ୟା ମାମଲା, ବାପା ଜଣେ ପେସାଦାର ଅପରାଧୀ

Advertisment
ଭୁବନେଶ୍ୱରରେ ମା’କୁ ୨ ନାବାଳକ ପୁଅଙ୍କ ହତ୍ୟା ମାମଲା, ବାପା ଜଣେ ପେସାଦାର ଅପରାଧୀ

ଭୁବନେଶ୍ୱର: ଭୁବନେଶ୍ୱରରେ ମାକୁ ୨ ନାବାଳକ ହତ୍ୟା କରଥିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ହତ୍ୟାକାଣ୍ଡ ଘଟାଇଥିବା ଦୁଇ ପୁଅର ବାପା ନିହାର ପ୍ରଧାନ ଜଣେ ପେସାଦାର ହତ୍ୟାକାରୀ । ମେ ୧୩ ୨୦୧୧ରେ ସେ ଅମିତ ପ୍ରଧାନଙ୍କୁ ଗୁଳିକରି ହତ୍ୟା କରିଥିଲା। ବ୍ରହ୍ମଗିରି ଅଂଚଳରେ ନିହାର ନିଜର ସହଯୋଗୀଙ୍କ ସହ ଏହି ହତ୍ୟା କରିଥିଲା। ପରେ ମାନ୍ୟବର କୋର୍ଟ ମାମଲାର ବିଚାର କରି ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ । ଏହି ହତ୍ୟାକାଣ୍ଡରେ ନିହାର ପୁରୀ ସର୍କଲ ଜେଲରେ ବନ୍ଦୀ ଜୀବନ କାଟୁଛି । ପୂର୍ବରୁ ମୃତ ମହିଳାଙ୍କ ସ୍ୱାମୀ ରାଉରକେଲାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି କୁହାଯାଇଥିଲା।  ଘର ମାଲିକଙ୍କ ସହ କରିଥିବା ଚୁକ୍ତିନାମାରେ ମୃତ ମହିଳା ତାଙ୍କ ସ୍ବାମୀ ରାଉରକେଲାରେ ଏକ କମ୍ପାନୀରେ ଚାକିରି କରୁଥିବା କଥା ଦର୍ଶାଇଥିଲେ।

ବୁଧବାର  ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପ୍ରଧାନସାହିସ୍ଥିତ ଏକ ଆପାର୍ଟମେଂଟରେ ନିଶାସକ୍ତ ମା’କୁ ଦୁଇ ନାବାଳକ ପୁଅ ହତ୍ୟା କରିଥିଲେ । ଏହାପରେ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ହତ୍ୟାକାଣ୍ଡ ପରେ ଘରୁ ବାହାରକୁ ଯାଇ ପଡୋଶୀଙ୍କୁ ଫୋନ କରି କହିଥିଲେ ଯେ, କେହି ତାଙ୍କ ମାକୁ ଆକ୍ରମଣ କରିଛି । ମା ଗୁରୁତର ହୋଇ ଘରେ ପଡ଼ିଛି । ପୁଣି ଅନ୍ୟ ଏକ ନମ୍ବରରୁ ପଡ଼ୋଶୀଙ୍କ ପାଖକୁ କେହି ଫୋନ କରି ସମାନ କଥା କହିଥିଲେ । ପଡ଼ୋଶୀ ଘର ଭିତରକୁ ଯାଇ ଅବାକ ହୋଇଯାଇଥିଲେ । ଚଟାଣରେ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥା ପଡିରହିଥିଲେ।

ଏ ନେଇ ଏୟାରଫିଲ୍ଡ ଥାନାକୁ ଖବର ଦିଆଯାଇଥିଲା । ପରେ ଦୁଇ ନାବାଳକଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ଠାବ କରାଯାଇଥିଲା । ପଚରାଉଚରା ପରେ ସେମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଘଟଣା ପରେ ଦୁଇ ପୁଅକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏହି ତଥ୍ୟ ପରେ ଘଟଣାପଛରେ ନିଶା ନା ଅନ୍ୟ କିଛି କାରଣ ସେ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe