ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ: ପ୍ରିୟଦର୍ଶୀଙ୍କୁ ବିଜେପି ଟିକେଟ୍‌

Advertisment
ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ: ପ୍ରିୟଦର୍ଶୀଙ୍କୁ ବିଜେପି ଟିକେଟ୍‌

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମାର୍ଚ୍ଚ ୩୦ରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ମିଶ୍ରଣର ତିନି ଦିନ ପରେ ବିଜେପି ଆଜି ଶ୍ରୀ ମିଶ୍ରଙ୍କୁ ଉତ୍ତର ଭୁବନେଶ୍ବରରୁ ପ୍ରାର୍ଥୀ କରିଛି। ତେବେ ବିଜେଡି ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।

ବିଜେପି ପ୍ରାର୍ଥୀ ଶ୍ରୀ ମିଶ୍ର କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। ଓଡ଼ିଶାରେ ପରିବର୍ତ୍ତନ ଆସିବ। ଏହି ପରିବର୍ତ୍ତନ ଧାରାରେ ବିଜେପି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଖୁବ୍‌ଶୀଘ୍ର ରଣନୀତି ପ୍ରସ୍ତୁତ କରାଯିବ। ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବି। ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ ହେବ। ଆଜି ପ୍ରାର୍ଥୀ ଘୋଷଣା ପରେ ପ୍ରିୟଦର୍ଶୀ ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ସନ୍ଧ୍ୟାରେ ଓମ୍‌ଫେଡ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ।

୨୦୦୯ରେ ବିଜେପିର ଭୋଟ୍‌ ହାର ୧୩% ଥିଲା ବେଳେ ୨୦୧୪ରେ ତାହା ୨୩% ହେଲା। ୨୦୧୯ରେ ଭୋଟ ହାର ୧୨% ବଢ଼ି ୩୫%ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ୨୦୧୪ରେ ପ୍ରିୟଦର୍ଶୀ ବିଜେଡିରୁ ପ୍ରାର୍ଥୀ ହୋଇ ୭୩ହଜାର ୭୨୮ ଖଣ୍ଡ ଭୋଟ ହାତେଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ବିଜେପି ପ୍ରିୟଦର୍ଶୀଙ୍କୁ ମଇଦାନକୁ ଛାଡ଼ିଥିବାରୁ ଏବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର ରହିଛି। ଏହି ନିର୍ବାଚନମଣ୍ଡଳୀରେ ଏବେ ବିଜେଡି ବିଧାୟକ ରହିଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେଣୁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ନିର୍ବାଚନମଣ୍ଡଳୀର ଲଢ଼େଇ ଚୂଡ଼ାନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe