ଭୁବନେଶ୍ୱର : ଶିଶୁ ସାହିତ୍ୟ ଯେତେ ଶକ୍ତିଶାଳୀ ହେବ, ସଂପୃକ୍ତ ଭାଷାର ମୁଖ୍ୟସ୍ରୋତ ସାହିତ୍ୟ ସେତେ ଦୃଢ଼ ଓ ଖ୍ୟାତିସମ୍ପନ୍ନ ହେବ। ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟର ଅଧିକ ବିକାଶ ବାଞ୍ଛନୀୟ ବୋଲି ରାଷ୍ଟ୍ରୀୟ ବାଲ୍ ସାହିତ୍ୟ ପୁରସ୍କାର ବିଜେତା ଶିଶୁ ସାହିତ୍ୟିକ ବୀରେନ୍ଦ୍ର କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି। ‘ଭୁବନେଶ୍ୱର ସାହିତ୍ୟ ସମାଜ’ ପକ୍ଷରୁ ଆଜି ସ୍ଥାନୀୟ କୃଷକ ସମାଜରେ ଆୟୋଜିତ ଏହାର ମାସିକ ଅଧିବେଶନରେ ଶ୍ରୀ ମହାନ୍ତି ଏହା କହିଛନ୍ତି। ଏହାସହ ଶିଶୁ ସାହିତ୍ୟର ବିକାଶ ପାଇଁ ପ୍ରତିଟି ସାହିତ୍ୟିକ ଉଦ୍ୟମ କରିବାକୁ ସେ ନିବେଦନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହାପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ନିରୁପମା କର ଓ ଚମକଚାନ୍ଦିନୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ପ୍ରିୟରଞ୍ଜନ ସାହୁ, ଅଲେଖ ଚରଣ ରାଉତ, ନିରାକାର ମହାଳିକ, ଉଦୟନାଥ ତ୍ରିପାଠୀ, ସମ୍ପଦ ନାୟକ, ଲିଙ୍ଗରାଜ ରଥ, ଦୁର୍ଗା ମାର୍ଥା, ଦେବଦତ୍ତ ପତି, ଦେବାଶିଷ ମହାପାତ୍ର, ଓ ସୁଧୀର ମଉଡ଼ମଣି ପ୍ରମୁଖ ୬୦ରୁ ଉର୍ଧ୍ୱ କବି ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ। ଏଥିରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଗୁରୁ ମହାନ୍ତି ଓ ସଭାପତି ସୂର୍ଯ୍ୟ ମିଶ୍ର ଉପସ୍ଥିତ ଥିଲେ। ଶେଷରେ ଉପସଭାପତି କବି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us