ଭୁବନେଶ୍ୱର ସେକ୍ସ ର‍୍ୟାକେଟ୍‌ ମାମଲା : ଅଞ୍ଜଳି ଦିଦିଙ୍କ ଆଉ ୪ ସହଯୋଗୀ ଗିରଫ

୫ ଯୁବତୀ ଉଦ୍ଧାର, ମୋବାଇଲ୍‌ ଫୋନ୍‌ ଟ୍ରାକିଂରୁ ଧରାପଡ଼ିଗଲେ

ଲକ୍ଷ୍ମୀସାଗର ଅଞ୍ଚଳରୁ ସେକ୍ସ ରୢାକେଟ୍ ଠାବ: ୨ ଦେହଜୀବୀ ଉଦ୍ଧାର, ୩ ଅଟକ

www.thehansindia.com

ଭୁବନେଶ୍ୱର : ଭୁବନେଶ୍ବରରେ ଚାଲିଥିବା ସେକ୍ସ-ର‍୍ୟାକେଟ୍‌ର ରାଣୀ ମହୁମାଛି କୁହାଯାଉଥିବା ରୁକ୍‌ସାର୍‌ ବେଗମ୍‌ ଓରଫ ଅଞ୍ଜଳି ଦିଦିର ଆଉ ୪ ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଫ୍‌। ଗ୍ରାହକଙ୍କୁ ଦେହଜୀବୀ ହସ୍ତାନ୍ତର କରିବାକୁ ଯାଉଥିବା ବେଳେ ବାପୁଜୀନଗର, ପୁରୁଣା ଭୁବନେଶ୍ବର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଚଢ଼ଉ କରି ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ, ବିହାର ମୋହିଉଦ୍ଦିନ୍‌ନଗରର ବିଦ୍ୟାପତି ସାହା, କଟକ କାଜି ବଜାରର ଦିନ୍‌ଦୟାଲ ରାଓ, ପିପିଲି ବାରହଳର ଅଲିଉଦ୍ଦିନ ଖାନ୍‌ ଓ ପୁରୁଣା ଭୁବନେଶ୍ବର ମହତାବ୍‌ ରୋଡ୍‌ର ସୁନିଲ ମହାରଣା। ସେମାନଙ୍କ ନିକଟରୁ ୫ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି। ଦେହଜୀବୀଙ୍କୁ ନେଇ ଯାଉଥିବା ଦୁଇଟି କାର୍‌(ଓଆର-୦୨-ବିଭି- ୫୧୧୧ ଓ ଓଡି-୦୨-ବି-୮୨୪୪) ସହ ୯ଟି ମୋବାଇଲ ମଧ୍ୟ ଜବତ କରିଛି ଏସ୍‌ଟିଏଫ୍‌। ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟଚାଲାଣ କରାଯାଇଛି। ଅନ୍ୟ ସହଯୋଗୀଙ୍କ ସମେତ ଗ୍ରାହକମାନଙ୍କୁ ଖୋଜା ଚାଲିଥିବା ଏସ୍‌ଟିଏଫ୍‌ କହିଛି।

ଦୁଇଦିନ ହେବ ଦେହଜୀବୀମାନେ ଆସି ଭୁବନେଶ୍ବରର ଏକ ଲଜ୍‌ରେ ରହିଥିବ‌ା ସମ୍ପର୍କରେ ଖବର ମିଳିଥିଲା। ଗତରାତିରେ ବିହାରର ବିଦ୍ୟାପତି ପହଞ୍ଚିଥିଲା। ଲଜ୍‌ରୁ ଯୁବତୀଙ୍କୁ ନେଇ ସେ ବାପୁଜୀନଗର ଅଞ୍ଚଳରେ ଗ୍ରାହକଙ୍କ ପାଖକୁ ଯାଉଥିଲା ବେଳେ ଧରା ପଡ଼ି ଯାଇଥିଲା। ପୂର୍ବରୁ ଫୋନ୍‌ ନମ୍ବର ଟ୍ରାକ୍‌ କରୁଥିବା ଏସ୍‌ଟିଏଫ୍‌ର ଗୋଟିଏ ଟିମ୍‌ ବିଦ୍ୟାପତିକୁ ପିଛା କରିଥିଲା। ଆଉ ଗୋଟିଏ ଟିମ୍‌ ପାଣିଟାଙ୍କି ନିକଟରେ ଛକି ରହିଥିଲା। ବାପୁଜୀନଗର ଭିତରକୁ ପ୍ରବେଶ କରୁ କରୁ ଅଧିକାରୀମାନେ ତାକୁ ଅଟକାଇ ଗିରଫ କରିଥିଲେ। ସେହିଭଳି ଆଜି ସକାଳେ ଦିନ୍‌ଦୟାଲ ଓ ଅଲିଉଦ୍ଦିନ୍‌ ଜଣେ ଓଡ଼ିଆ ଯୁବତୀଙ୍କୁ ନେଇ ଲକ୍ଷ୍ମୀସାଗର ଅଞ୍ଚଳରେ ଗ୍ରହକଙ୍କ ପାଖକୁ ଯାଉଥିବା ବେଳେ ଧରା ପଡ଼ିଥିଲା। ସୁନୀଲ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ଯୁବତୀଙ୍କ ସହ ଧରା ପଡ଼ିଥିଲା। ତେବେ ଅଦ୍ୟାବଧି ଗ୍ରାହକ ଧରା ପଡ଼ି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe