ଟଙ୍କା ଧରି ବସିଛନ୍ତି, ଖର୍ଚ୍ଚ କରିପାରୁନାହାନ୍ତି : ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ୪୦୦ କୋଟି ଖର୍ଚ୍ଚ ‌ହେଲାଣି, ସବୁ ଅଧପନ୍ତରା

ଟଙ୍କା ଧରି ବସିଛନ୍ତି, ଖର୍ଚ୍ଚ କରିପାରୁନାହାନ୍ତି : ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ୪୦୦ କୋଟି ଖର୍ଚ୍ଚ ‌ହେଲାଣି, ସବୁ ଅଧପନ୍ତରା

Telegraph India

ଭୁବ‌େନଶ୍ୱର : ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଘୋଷଣା ହେବାର ୫ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରେ ଏମିତି କୌଣସି ପ୍ରକଳ୍ପ ହୋଇନି, ଯାହାଦ୍ବାରା ଲୋକ ସ୍ମାର୍ଟ ସିଟିରେ ରହିବା ଭଳି ଅନୁଭୂତି ପାଇବେ। ବରଂ କି ସ୍ମାର୍ଟ ସିଟି ‌ଘୋଷଣା ହେଲା କେଜାଣି, ବିଭିନ୍ନ ପ୍ରକଳ୍ପ ନାମରେ ତିନି ବର୍ଷ ହେଲା ରାସ୍ତା ଘାଟ ଖୋଳତାଡ଼ ଚାଲିଛି। ଏମିତି ଢଙ୍ଗରେ ରାସ୍ତାଘାଟ ଖୋଳି ତାଡ଼ି ଦିଆଯାଇଛି ଯେ ରାଜଧାନୀବାସୀଙ୍କ ଜୀବନ ଦୁର୍ବିସହ ହୋଇଗଲାଣି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟଙ୍କା ଦେଇ ଚାଲିଛନ୍ତି କିନ୍ତୁ ଖର୍ଚ୍ଚ ହୋଇପାରୁନି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ବ୍ୟାଙ୍କରେ ଟଙ୍କା ଜମି ରଖି ସୁଧ ଖାଉଛନ୍ତି କିନ୍ତୁ ପ୍ରକଳ୍ପ କିପରି ଶେଷ ହେବ ସେନେଇ ପଦକ୍ଷେପ ନେଇପାରୁନାହାନ୍ତି। ଫଳରେ ବ୍ୟାଙ୍କ ଜମା ଦିନକୁ ଦିନ ବଢ଼ିଚାଲିଛି କିନ୍ତୁ ଟଙ୍କା ଖର୍ଚ୍ଚ ହୋଇପାରୁନି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୫୮୮ କୋଟି ଟଙ୍କା ମିଳିଥିବାବେଳେ ଏଥିରୁ ବିଭିନ୍ନ ପ୍ରକାରର ଡିପିଆର୍‌, ପ୍ରକଳ୍ପ ନିର୍ମାଣ ବାବଦ, ମୋ ସାଇକେଲ୍‌, ମୋ ବସ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରାୟ ୪୦୦କୋଟି ଖର୍ଚ୍ଚ ହେଲାଣି। ଏବେ ବି ୧୮୮ ଟଙ୍କା ପ୍ରକଳ୍ପ ନିର୍ମାଣ ବାବଦକୁ ଅଛି। ଏହାବାଦ୍‌ କର୍ତ୍ତୃପକ୍ଷ ଏହି ୫୮୮କୋଟି ଟଙ୍କା ଜମା ରଖି ପ୍ରାୟ ୯୮କୋଟି ସୁଧ ପାଇଲେଣି। କାମ ସିନା ଜୋର୍‌ରେ ହେଲେ ସଂସ୍ଥାକୁ ଅର୍ଥ ଦେବେ। କାମ ହେଉ ନଥିବାରୁ ଟଙ୍କା ଦିଆଯାଇପାରୁନି। କେବଳ ବ୍ୟାଙ୍କ ଷ୍ଟେଟମେଣ୍ଟ କାଢ଼ି କେତେ ଟଙ୍କା କେଉଁଠି ଅଛି, କେତେ ସୁଧ ଆସିଲା ତାହା ପ୍ରତି ବୈଠକରେ ଗଣୁଛନ୍ତି।

କେବଳ ଏତିକି ନୁହେଁ, ସ୍ମାର୍ଟ ସଲ୍ୟୁସନ୍‌ ବାବଦକୁ ପ୍ରାୟ ୯୦୦କୋଟି ଖର୍ଚ୍ଚ ହେବାର ଯୋଜନା ହୋଇଥିଲା। ହନିୱେଲ୍‌ ସଂସ୍ଥା ତିନି ବର୍ଷ ହେଲା ଟେଣ୍ଡର ପାଇ କାମ କରୁଛି। ଏମିତି କାମ ହେଉଛି ଯେ ଲୋକ ସ୍ମାର୍ଟ ସଲ୍ୟୁସନ୍‌ କ’ଣ ଜାଣିପାରୁନାହାନ୍ତି। ବହୁ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି। ୪ ବର୍ଷରେ ପ୍ରକଳ୍ପ ଶେଷ କରି ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବାକୁ ସଂସ୍ଥାକୁ ଦିଆଯିବ ବୋଲି ସ୍ମାର୍ଟ ସିଟି ଯୋଜନା ଆରମ୍ଭ ହେଲା ବେଳେ ଘୋଷଣା ହୋଇଥିଲା। କିନ୍ତୁ ୫ବର୍ଷ ମଧ୍ୟରେ କାମ ସରିବା ଦୂର କଥା ବହୁ ପ୍ରକଳ୍ପ ଆରମ୍ଭ ହୋଇପାରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe