ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟାଇଲ୍ ଓ୍ଵିକ୍ (ବିଏସ୍ଡବ୍ଲୁ)ର ୩ୟ ସଂସ୍କରଣ ପାଇଁ ୮ ଜଣ ଓଡ଼ିଆଙ୍କୁ ଚୟନ କରାଯାଇଛି। ୮ଜଣଙ୍କୁ ସେମାନଙ୍କ ବ୍ୟବହାର, କଥା କହିବାର ଦକ୍ଷତା, ଚାଲିବାର ଶୈଳୀ ଏବଂ ଅନ୍ୟ ଦକ୍ଷତାକୁ ଭିତ୍ତି କରି ଚୟନ କରାଯାଇଛି। ମେ’ ଫେୟାରରେ ଅନୁଷ୍ଠିତ ଏହି ଅଡିସନ୍ରେ ଅରୂପା ସେଠ୍, ରୋମା ଜି, ଶ୍ରୀୟାସ୍ମୃତି ରାଉତ, ସୁସ୍ମିତା ପ୍ରଧାନ, ଶୁଭମଦୀପ ତ୍ରିପାଠୀ, ସଂଜୀବ କୁମାର ରାଉତ, ସୂରଜ କୁମାର ମହାପାତ୍ର ଏବଂ ରମଣ ରତନ ରାଉତଙ୍କୁ ଶେଷ ପର୍ଯ୍ୟାୟରେ ଚୟନ କରାଯାଇଛି।
ଏହି ୮ଜଣ ମଡେଲ୍ ଆସନ୍ତା ଜୁଲାଇ ୨୮ ଓ ୨୯ ତାରିଖରେ ହେବାକୁ ଯାଉଥିବା ର୍ୟାମ୍ପ୍ ସୋରେ ଭାଗ ନେବେ ବୋଲି ଭୁବନେଶ୍ୱର ଷ୍ଟାଇଲ୍ ଓ୍ଵିକ୍ର ଆବାହକ ପଙ୍କଜ କୁମାର ସାହୁ କହିଛନ୍ତି। ଜୟନ୍ତ ରାୟ, ଆଶୁତୋଷ ସାହୁ, ପୁନମ ମିଶ୍ର, ମଧୁସ୍ମିତା ପଣ୍ଡା, ଜାହିଦା ଅହମ୍ମଦ ଏବଂ ଡ. କୁମାର ଗୁରୁ ମିଶ୍ର ପ୍ରମୁଖ ମଡେଲ୍ମାନଙ୍କୁ ଚୟନ କରିଥିଲେ। ଭୁବନେଶ୍ୱରରେ ମଡେଲ୍ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହିଭଳି ଏକ ପଦକ୍ଷେପ ନିଆଯାଇଛି ବୋଲି ବିଏସ୍ଡବ୍ଲୁର ମୁଖ୍ୟ ଉପଦେଷ୍ଟା ଲଲାଟେନ୍ଦୁ ରଥ କହିଛନ୍ତି। ଅମୃତ ମହାନ୍ତି, ଅଜୟ କୁମାର ବେହେରା, ପ୍ରଣୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଚୟନ କରାଯାଇଥିବା ୮ ମଡେଲ୍ଙ୍କୁ ସମ୍ବର୍ଧିତ କରିଥିଲେ।
Follow Us