ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆନ୍ଦୋଳନରେ ସାମିଲ ହେଲା ଭୁବନେଶ୍ବର ଠିକାଦର ସଂଘ

୪ଦଫା ଦାବି ନେଇ ପିଏଲ୍‌ପି ୱାର୍କର୍ସ ଆସୋସିଏସନ୍‌ର ଧାରଣା

Clipartix

ପୁରୁଣା ଭୁବନେଶ୍ବର: ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ୱାନକ୍ରମେ ଭୁବନେଶ୍ବର ଠିକାଦାର ସଂଘ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛି। ଭୁବନେଶ୍ବର ଠିକାଦାର ସଂଘର କାର୍ଯ୍ୟାଳୟଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ ୨୦୧୪ରେ ସ୍ଥିରୀକୃତ ସିଡ୍ୟୁଲ୍‌ ରେଟ୍‌କୁ ୨୦୧୯ରେ ବର୍ଦ୍ଧିତ ମୂଲ୍ୟ ଭିତିରେ ପୁନଃ ଆକଳନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକ୍‌ର ତୁରନ୍ତ ପ୍ରଚଳନ, ଭାରତ ସରକାରଙ୍କ ଟେଣ୍ଡର୍‌ ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା, ଉଚ୍ଚ ନ୍ୟାୟାଳୟ ଦ୍ୱାରା ବର୍ଦ୍ଧିତ ମୂଲ୍ୟ ସଂପର୍କିତ ନିର୍ଦ୍ଦେଶନାମା ଅନୁସାରେ ଠିକାଦାରମାନଙ୍କୁ ପ୍ରାପ୍ୟ ପ୍ରଦାନ, ଶ୍ରମିକମାନଙ୍କ ମଜୁରିର ଉଚିତ ନିର୍ଦ୍ଧାରଣ ସହ ଠିକାଦାରମାନଙ୍କୁ ତତ୍‌ ସଂପର୍କିତ ପ୍ରାପ୍ୟ ପ୍ରଦାନ, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ, ଜିଏସ୍‌ଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁସାରେ କାର୍ଯ୍ୟାଦେଶ ପ୍ରଦାନ, ପୂର୍ବ ବ୍ୟବସ୍ଥା ଅନୁସାରେ ବିଭିନ୍ନ ସଂଚୟପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତିପତ୍ର ଏବଂ ରୟାଲିଟି ରସିଦ୍ ଦାଖଲ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର, କାର୍ଯ୍ୟର ନିର୍ଦ୍ଦେଶନାମା ପୂର୍ବରୁ ସମସ୍ତ ଅନୁମୋଦନ ପ୍ରଦାନ, ଠିକଣା ସମୟରେ ବିଲ୍‌ ପେମେଣ୍ଟ୍‌, ଠିକାଦାରଙ୍କ ସୁକ୍ୟରିଟି ପେମେଣ୍ଟ୍‌ ଆଇନସମ୍ମତ କରିବା ଆଦି ଦାବି ନେଇ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ଠିକାଦାରମାନେ ଏକତ୍ରିତ ହୋଇ ସେମାନଙ୍କ ଦାବି ପୂରଣ ନିମନ୍ତେ ବିଭିନ୍ନ ସ୍ଲୋଗାନ୍‌ ଦେଇଥିଲେ। ରାଜ୍ୟ ସରକାର ଶୀଘ୍ର ସେମାନଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବା ସହ ସମସ୍ତ କାର୍ଯ୍ୟକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe