ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ ସେଣ୍ଟରର ଡିପିଆର୍ ପ୍ରସ୍ତୁତ କରିବ ସିଙ୍ଗାପୁରର ‘ସୁରବାନା ଜୁରଙ୍ଗ’ ସଂସ୍ଥା। ଜୁରଙ୍ଗ କନସଲଟାଣ୍ଟ ପକ୍ଷରୁ ଭୁବନେଶ୍ୱର ଟାଉନ ସେଣ୍ଟର ପାଇଁ ଦୁଇଟି ଡିଜାଇନ୍ ପ୍ରସ୍ତୁତ ହୋଇଥିବାବେଳେ ଏଥିରୁ ଗୋଟିଏ ଡିଜାଇନ୍ ବାଛିବାକୁ ବିଡିଏକୁ ଦିଆଯାଇଛି। ଏହାପରେ ଏହି ଡିଜାଇନ୍କୁ ନେଇ ଡିପିଆର୍ ପ୍ରସ୍ତୁତ ହେବ। ଜୁରଙ୍ଗ ସୁରବାନା ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଆଜି ବିଡିଏ ସହ ଚୁକ୍ତି ସ୍ୱାକ୍ଷର କରିଛି। ବିଡିଏ ସଚିବ ରମେଶ ଚନ୍ଦ୍ର ରାଉତ ଏବଂ ସୁରବାନା ଜୁରଙ୍ଗର ଆନନ୍ଦ ଏସ୍.ଲୁରେମ୍ବମ୍ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ଆଜିର ଏହି ଚୁକ୍ତି ସ୍ୱାକ୍ଷର ସମୟରେ ବିଡିଏର ଅତିରିକ୍ତ କମିସନର ଭବାନି ଶଙ୍କର ଚଇନି ଏବଂ ପ୍ଲାନିଂ ମେମ୍ବର ସୁଧି ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର ଟାଉନ ସେଣ୍ଟରରେ ରାଜଧାନୀର ସବୁଠୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଗମନାଗମନ ବ୍ୟବସ୍ଥା ହେବ। ଏଠାରେ ଦେଶର ପ୍ରଥମ ଟ୍ରାନଜିଟ୍ ଓରିଏଣ୍ଟେଡ୍ ଡେଭଲପମେଣ୍ଟ (ଟିଓଡି) ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଡିଜାଇନ୍ ପ୍ରସ୍ତୁତ ପାଇଁ ସଂସ୍ଥା ୮କୋଟି ଟଙ୍କା ନେବ।
ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ୧୨ଏକର ଜମିରେ ଏହି ଯୋଜନା ହେବାକୁ ଥିବାବେଳେ ଏଠାରେ ଥିଏଟର୍ ପ୍ଲାଜା, ସପିଂ ମଲ୍, ନେଚର୍ ପ୍ଲାଚା, ମାର୍କେଟ୍ କମ୍ପ୍ଲେକ୍ସ, ଲ୍ୟାଣ୍ଡସ୍କେପ୍, ଟାଉନ୍ ପ୍ଲାଜା, ଆର୍ଟ ପ୍ଲାଜା, ଏକ୍ସପେରିଏନ୍ସ ପ୍ଲାଜା, ଚିଲଡ୍ରେନ୍ସ ପ୍ଲାଜା, ଫୁଡ୍ କୋର୍ଟ, ଆପାର୍ଟମେଣ୍ଟ, ସାଇକେଲିଂ ଟ୍ରାକ୍, ସ୍ୱତନ୍ତ୍ର ପାଦଚଲା ରାସ୍ତା ଆଦି ରହିବ।
ରେଳ ଷ୍ଟେସନ୍ ମଲ୍ଟି ମୋଡାଲ୍ ହବ୍ରେ ରେଳ ଷ୍ଟେସନ୍ର ଆଧୁନିକୀକରଣ ହେବା ସହ ବସ୍ ଟର୍ମିନାଲ, ବହୁତଳ କାର୍ ପାର୍କିଂ, କନଭେନସନ୍ ସେଣ୍ଟର, ସ୍ୱତନ୍ତ୍ର ବାଇସାଇକେଲ୍ ଓ ପାଦଚଲା ବ୍ରିଜ୍, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିବ।
Follow Us