ଭୁବନେଶ୍ୱର ୱାର୍ଡ: ୩୮: ବିଜେପି ପ୍ରାର୍ଥିନୀଙ୍କ ପଦଯାତ୍ରା

ଭୁବନେଶ୍ୱର ୱାର୍ଡ: ୩୮: ବିଜେପି ପ୍ରାର୍ଥିନୀଙ୍କ ପଦଯାତ୍ରା

ଭୁବନେଶ୍ୱର: ୩୮ ନମ୍ବର ୱାର୍ଡର ବି‌‌ଜେପି ପ୍ରାର୍ଥିନୀ ପାର୍ବତୀ ଜଗଦେବ ପଦଯାତ୍ରା କରି ଭୋଟ ଭିକ୍ଷା କରିଛନ୍ତି। ୱାର୍ଡର ବଭିନ୍ନ ସମସ୍ୟାକୁ ନେଇ ଶ୍ରୀମତୀ ଜଗଦେବ କ୍ରିଷ୍ଣା ଟାୱାର, ଭୋଇ ସାହି, ସିବିଆଇ କଲୋନି, ନୂଆପଲ୍ଲୀ ବ୍ରିଟ କଲୋନି, ଲକ୍ଷ୍ମୀନାରାୟଣ ମନ୍ଦିର ଅଞ୍ଚଳ ପ୍ରଭୃତି ବୁଲି ଜନସାଧାଣଙ୍କୁ ମୌଳିକ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଥିଲେ।

ଭୁବନେଶ୍ବର ମଧ୍ୟ ବିଜେପି ନେତା ଜଗନ୍ନାଥ ପ୍ରଧାନ, ବେଣୁଧର ଜଗଦେବ, ଯୁବନେତା ଗୌତମ ବେହେରା, ବାପୁନି ଜେନା ପ୍ରମୁଖ ଏହି ପଦଯାତ୍ରରେ ସାମିଲ ହୋଇଥିଲେ। ବହୁ ସଂଖ୍ୟାରେ ମହିଳା ସମର୍ଥକ ଶ୍ରୀମତୀ ଜଗ‌ଦ୍ଦେବଙ୍କ ପାଇଁ ଭୋଟ୍‌ ମାଗିଥିଲେ।

ଭୁବନେଶ୍ୱର ୱାର୍ଡ: ୬୦: ନିଜ ୱାର୍ଡରେ ବୁଲିଲେନି ବିଜେପି ସଭାପତି

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘର ୬୦ ନମ୍ବର ୱାର୍ଡରେ। ଏହି ୱାର୍ଡରୁ ମଧ୍ୟ ସେ ଦିନେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏଥର ସଭାପତିଙ୍କୁ ନିଜ ୱାର୍ଡରେ ପ୍ରଚାର କରିବା ଦେଖିବାକୁ ମିଳୁନି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଶ୍ରୀ ମହାନ୍ତି ଗୋଟିଏ ଦିନ ଭୁବନେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ବି ନିଜ ୱାର୍ଡକୁ ଯାଇ ନ ଥିଲେ।

୬୦ ନମ୍ବରରେ ବିଜେପି ପକ୍ଷରୁ ତୃପ୍ତିମୟୀ ମକଦ୍ଦମଙ୍କୁ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତାକାଲି ଶେଷ ଦିନରେ ଶ୍ରୀ ମହାନ୍ତି ୬୦ ନମ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି କି ନାହିଁ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe