ଭିକାରିମୁକ୍ତ ହେବ ଭୁବନେଶ୍ୱର!

Advertisment
କଟକ ଜିଲ୍ଲାରେ ଅଧିକ ଭିକାରୀ, ବୌଦ୍ଧରେ ସବୁଠୁ କମ୍‌

Business Today

ଭୁବନେଶ୍ବର : ପୁରୀ ପରେ ଭୁବନେଶ୍ବରର ପାଳି। ରାଜଧାନୀକୁ ଭିକାରିମୁକ୍ତ କରିବା ପାଇଁ ଖୁବ୍‌ଶୀଘ୍ର ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଆର୍ଥିକ ସହଯୋଗରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଭିକାରିମାନଙ୍କୁ ଥଇଥାନ କରିବା ପାଇଁ ଏହି ଅଭିଯାନରେ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ପୁରୀକୁ ଭିକାରିମୁକ୍ତ କରିବା ପାଇଁ ଗତ ମାର୍ଚ୍ଚରୁ ଅଭିଯାନ ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ୮ଟି ଆଶ୍ରୟସ୍ଥଳ କରି ଭିକାରିମାନଙ୍କୁ ସେଠାରେ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ଯୋଜନା କରିଥିଲା। ଏହାକୁ ’ନୀଳାଦ୍ରି ନିଳୟ’ ନାମରେ ନାମକରଣ କରାଯାଇଥିଲା। ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ଏଥିରେ ସହଯୋଗ କରିବାକୁ ଆଗେଇ ଆସିଥିଲେ। ଭିକ୍ଷାବୃତ୍ତି କରୁଥିବା କିଛି ବ୍ୟକ୍ତିଙ୍କୁ ନିଆଯାଇ ଆଶ୍ରୟସ୍ଥଳରେ ରଖାଯାଇଥିଲା। ତେବେ ମାର୍ଚ୍ଚ ମାସ ଶେଷ ସପ୍ତାହ ବେଳକୁ କୋଭିଡ୍‌ ମହାମାରୀ ପାଇଁ ଲକ୍‌ଡାଉନ୍ ଆରମ୍ଭ ହୋଇଯାଇଥିବାରୁ ଏହି ଅଭିଯାନର ସଫଳତା ସମ୍ପର୍କରେ ଜଣାପଡ଼ି ନ ଥିଲା।

ଭୁବନେଶ୍ବରରେ ଏହି ଅଭିଯାନ ଆରମ୍ଭ ହେବାର ଯୋଜନା ଥିବାରୁ ବିଏମ୍‌ସି ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କ ସହଯୋଗ ନେବ। ଆଶ୍ରୟସ୍ଥଳ ପ୍ରସ୍ତୁତ ହେଲା ପରେ ଭିକାରିମାନଙ୍କୁ ସେଠାରେ ରଖାଯିବ। ସେମାନଙ୍କୁ ସେଠାରେ ମାଗଣା ଖାଇବା, ରହିବା, ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହ ସେମାନଙ୍କୁ ରୋଜଗାରର ମାଧ୍ୟମ ଦେବାକୁ ବନ୍ଦୋବସ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe