ଅପରାଧମୁକ୍ତ ହେବ ଭୁବନେଶ୍ବର, ଅପରାଧୀଙ୍କୁ ଜଗିବ ‘ଟିମ୍‌-୬୦’

Advertisment
ହଟିଲାନି ଲକ୍‌ଡାଉନ୍, ରାଜଧାନୀବାସୀ ନିରାଶ

ଡିସିପିଙ୍କ ଅପରାଧ ସମୀକ୍ଷା
୬ମାସରେ ଅଧା ହେବ ପୁରୁଣା ମାମଲା
କଡ଼ାକଡ଼ି ହେବ ରାତି ପାଟ୍ରୋଲିଂ

ଭୁବନେଶ୍ବର : ଅପରାଧୀଙ୍କୁ ଗୋଡ଼େ ଗୋଡ଼େ ଜଗିବ ପୁଲିସ। ସାଦା ପୋଷାକରେ ସହର ସାରା ଘୂରି ବୁଲିବ ‘ଟିମ୍‌-୬୦’। ଗୁରୁବାର ଦିନ ଟ୍ରାଫିକ୍‌ ଥାନା କନ୍‌ଫରେନ୍ସ ହଲ୍‌ରେ ଡିସିପିଙ୍କ ଅପରାଧ ସମୀକ୍ଷାବ‌େଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତା’ ଛଡ଼ା ଭୁବନେଶ୍ବରକୁ ଅପରାଧମୁକ୍ତ କରିବା ପାଇଁ ଯୋଜନା ହୋଇଛି। ଚୋରି, ଡକାୟତି ଉପରେ ସ୍ବତନ୍ତ୍ର ନଜର ରହିବ। ଚୋରି ଜିନିଷ କିଭଳି ଶତ ପ୍ରତିଶତ ଉଦ୍ଧାର ହେବ। ରାତି ପାଟ୍ରୋଲିଂ କଡ଼ାକଡ଼ି ହେବା ସହ ୬ ମାସ ମଧ୍ୟରେ ପଡ଼ି ରହିଥିବା ମାମଲା ଅଧା କମାଇବାକୁ ତଦନ୍ତକାରୀ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ଭୁବନେଶ୍ବରରେ ଥିବା ବିଭିନ୍ନ ଥାନାରେ ୧୫ ହଜାରରୁ ଊର୍ଦ୍ଧ୍ବ ମାମଲା ପଡ଼ି ରହିଛି। ଏହି ସବୁ ମାମଲାର ଫାଇନାଲ ଚାର୍ଜସିଟ୍‌ ପ୍ରସ୍ତୁତ କରିବା ପାଇଁ ତଦନ୍ତକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋ ଚାଲାଣ, ଚାରି ଚକିଆ ଯାନ ଚୋରି, ଡକାୟତି ପ୍ରଭୃତି ଅପରାଧ ନିୟମିତ ହେଉଛି। ରାତି ହୋଇଥବାରୁ ଅପରାଧୀ ଚିହ୍ନଟ ହେବା ଅସମ୍ଭବ ହେଉଛି। ଏଣୁ ରାତି ପାଟ୍ରୋଲିଂ କଡ଼ାକଡ଼ି ହେବାକୁ ଯାଉଛି। ନିୟମିତ ଚେକିଂ, ବ୍ଲକିଂ କରିବା ପାଇଁ ସ୍ବତନ୍ତ୍ର ଜାଗା ଚିହ୍ନଟ ହେବା ସହ ଅପରାଧ ଘଟୁଥିବା ବିଭିନ୍ନ ଗଳିକନ୍ଦିରେ ପାଟ୍ରୋଲିଂ ଭ୍ୟାନ୍‌ ନିୟମିତ ବୁଲିବା ପାଇଁ ଯୋଜନା ହୋଇଛି।

ସେହିଭଳି ନୂଆ କରି ଗଠିତ ଟିମ୍‌-୬୦ ସହରରେ କାମ କରିବାକୁ ଯାଉଛି। ପୂର୍ବରୁ ରାହାଜାନି ରୋକିବା ପାଇଁ ବିଭିନ୍ନ ଥାନା‌ରେ ଗଠିତ ହୋଇଥିବା ସ୍ବତନ୍ତ୍ର ଟିମ୍‌ ଜରିଆରେ ବେଶ୍‌ ଭଲ ସଫଳତା ମିଳିଥିବାରୁ ଏଭଳି ଏକ ପଦକ୍ଷେପ ନିଆଯାଉଛି। ଏହି ଟିମ୍‌ରେ ୬୦ ଜଣ କନେଷ୍ଟବଳ ରହିବେ। ସହରର ଗଳିକନ୍ଦି ବିଷୟରେ ଜାଣିବା ସହ ଅପରାଧୀମାନଙ୍କର ଗତିବିଧି ଉପରେ ଧାରଣା ଥିବା ୬୦ କନେଷ୍ଟବଳଙ୍କୁ ଚିହ୍ନଟ କରାଯିବା ପରେ ଏଥିରେ ନିୟୋଜିତ କରାଯାଇଛି। ଖୁବ୍‌ଶୀଘ୍ର ଏହି ଟିମ୍‌ କାମ ଆରମ୍ଭ କରିବ। ଏମାନେ ସାଦା ପୋଷାକରେ ସହରସାରା ଘୂରି ବୁଲିବେ। ଅପରାଧୀ ଏମାନଙ୍କ ବାବଦରେ ଟେର୍‌ ମଧ୍ୟ ପାଇବ ନାହିଁ। ଏମାନେ ପୁଲିସ ବୋଲି କାହାରିକୁ ପରିଚୟ ମଧ୍ୟ ଦେବେ ‌ନାହିଁ। ଅପରାଧ ସଂଘଟିତ ହେବା ଦେଖିଲେ ଏମାନେ ଏକାଠି ହୋଇ ଅପରାଧ ରୋକିବାକୁ ଉଦ୍ୟମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe