‘ଶିଶୁ ମିତ୍ର’ ହେବ ଭୁବନେଶ୍ୱର

Advertisment

ଓଏସ୍‌ସିପିସିଆରର ପରାମର୍ଶ ଶିବିର

ଓଏସ୍‌ସିପିସିଆରର ପରାମର୍ଶ ଶିବିର

‘ଶିଶୁ ମିତ୍ର’ ହେବ ଭୁବନେଶ୍ୱର

ଭୁବନେଶ୍ବର: ରାସ୍ତାକଡ଼ରେ କୌଣସି ଶିଶୁ ରହିବେନି। ଭୁବନେଶ୍ୱରକୁ ଶିଶୁ ମିତ୍ର (ଚାଇଲ୍ଡ ଫ୍ରେଣ୍ଡଲି) କରାଯିବ। ଏ ଦିଗରେ ସବୁ ଅନୁଷ୍ଠାନ ଓ ସମାଜର ସବୁବର୍ଗର ଜନସାଧାରଣଙ୍କ ସହଯୋଗ ଜରୁରୀ। ଓଡ଼ିଶା ଶିଶୁ ଅଧିକ‌ାର ସୁରକ୍ଷା‌ ଆୟୋଗ(ଓଏସ୍‌ସିପିସିଆର) ଓ ୟୁନିସେଫ୍ ମିଳିତ ସହଯୋଗରେ ଆଜି ସ୍ୱସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ପରାମର୍ଶ ଶିବିରରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଥିରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାକଡ଼ର ଶିଶୁମାନଙ୍କର ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗ ତଥା ସବୁସ୍ତରରେ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହିତ ବିଭିନ୍ନ ସମୟରେ ଶିଶୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ପୁଲିସ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବ ବୋଲି କହିଛନ୍ତି।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱରକୁ ଶିଶୁ ମିତ୍ର କରିବା ଦିଗରେ ରହିଥିବା ସମସ୍ୟା ଓ ତା’ର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଶ୍ରମ କମିସନର ଡ. ଏନ୍. ତିରୁମଲ ନାୟକ ଯୋଗଦେଇ ରାସ୍ତାକଡ଼ର ଶିଶୁଙ୍କ ଥଇଥାନ ପାଇଁ ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ‘ଦିଶାଦ’ ନିର୍ଦ୍ଦେଶ ଉପରେ ଶିଶୁ ସୁରକ୍ଷା ବିଶେଷଜ୍ଞ ପ୍ରଭାତ କୁମାର ଆଲୋଚନା କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ରାସ୍ତାକଡ଼ର ଶିଶୁମାନଙ୍କ ପ୍ରତି ରହିଥିବା ବିପଦ ଉପରେ ଆଲୋଚନା କରିଥିଲେ। ୟୁନିସେଫ୍‌ର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଶିଶୁମାନେ ରାସ୍ତା କଡ଼କୁ ଆସିବାର କରଣ ଓ ନିରାକରଣ ପାଇଁ ପରାମର୍ଶ ଦେଇଥିଲେ। ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଭୁବନେଶ୍ୱର ରାସ୍ତାକଡ଼ର ଶିଶୁମାନଙ୍କୁ ଥଇଥାନ ଯୋଜନା କରାଯାଉଥିବା ସୂଚନା‌ ଦେଇଥିଲେ। କାର୍ଯ୍ୟକ୍ରମକୁ ଘାସିରାମ ପଣ୍ଡା ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ବିଭାଗର ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା କାର୍ଯ୍ୟ କରୁଛି। ପ୍ରତି ଶିଶୁ ଯେପରି ସୁରକ୍ଷିତ ରହିବେ, ସୁସ୍ଥ ଜୀବନ ଯାପନ କରିବେ, ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା, ବିଭିନ୍ନ ସଂଗଠନ, କମିଟି ଓ ନେଟୱର୍କ ଜରିଆରେ ଏ ଦିଗରେ ବିଭିନ୍ନ ଅନୁଷ୍ଠାନଗୁଡିକୁ ସାମିଲ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବୈଠକରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe