ଭୁବନେଶ୍ବର ଦେଖିବ ବିଶ୍ବସ୍ତରୀୟ ରେଳ ଷ୍ଟେସନ୍‌

Advertisment

ମାସେ କି ବର୍ଷେ ନୁହେଁ। ୮ ବର୍ଷ ହେଲା ଯୋଜନାରେ ଅଟକି ରହିଥିବା ଭୁବନେଶ୍ବରର ବିଶ୍ବସ୍ତରୀୟ ରେଳ ଷ୍ଟେସନ୍‌ ୨୦୨୪ରେ ଆଉ ପାଦେ ଆଗେଇଛି। ସମ୍ମୁଖ ଭାଗରେ ଥିବା ଜମି ବାଧା ଦୂର ହୋଇଛି।

ମାସେ କି ବର୍ଷେ ନୁହେଁ। ୮ ବର୍ଷ ହେଲା ଯୋଜନାରେ ଅଟକି ରହିଥିବା ଭୁବନେଶ୍ବରର ବିଶ୍ବସ୍ତରୀୟ ରେଳ ଷ୍ଟେସନ୍‌ ୨୦୨୪ରେ ଆଉ ପାଦେ ଆଗେଇଛି। ସମ୍ମୁଖ ଭାଗରେ ଥିବା ଜମି ବାଧା ଦୂର ହୋଇଛି।

ffddfdf

ଚନ୍ଦ୍ରଶେଖରପୁର: ମାସେ କି ବର୍ଷେ ନୁହେଁ। ୮ ବର୍ଷ ହେଲା ଯୋଜନାରେ ଅଟକି ରହିଥିବା ଭୁବନେଶ୍ବରର ବିଶ୍ବସ୍ତରୀୟ ରେଳ ଷ୍ଟେସନ୍‌ ୨୦୨୪ରେ ଆଉ ପାଦେ ଆଗେଇଛି। ସମ୍ମୁଖ ଭାଗରେ ଥିବା ଜମି ବାଧା ଦୂର ହୋଇଛି। ରେଳ ଷ୍ଟେସନ୍‌ ସମ୍ପ୍ରସାରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇଛି। ୨୦୨୫ରେ ଏହାକୁ ନୂଆ ରୂପରେ ସାମ୍ନାକୁ ଆଣିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଷ୍ଟେସନ୍‌ର ପ୍ରଥମ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରିବାକୁ ବିଡିଏ ଅନୁମତି ପ୍ରଦାନ କରିଛି। ପାଖାପାଖି ୯ ଏକର ପରିମିତ ଜମିରେ ଷ୍ଟେସନ୍‌ ପ୍ରବେଶ ପଥକୁ ଯିବାକୁ ଥିବା ରାସ୍ତା ନିର୍ମାଣ କରାଯିବା ସହ ସୌନ୍ଦର୍ଯୀକରଣ କରାଯିବ। ଏଥିସହ ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ଏକ ମଲ୍ଟିମୋଡାଲ ହବ୍ (ବହୁମୁଖୀ ପରିବହନ କେନ୍ଦ୍ର)ରେ ପରିଣତ କରିବାକୁ ନକ୍ସା ପ୍ରସ୍ତୁତ ହୋଇଛି। 

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଷ୍ଟେସନ୍‌କୁ ଯିବା, ମେଟ୍ରୋ ଷ୍ଟେସନ୍‌ ଓ ସଡ଼କ ପଥ ସହ ଯୋଡ଼ି ହେବା କିଭଳି ଠିକ୍‌ ଭାବେ ହୋଇପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଷ୍ଟେସନ୍‌ର ସମ୍ମୁଖ ଭାଗରେ ବ୍ୟାପକ ବୃକ୍ଷରୋପଣ କରାଯାଇ ସବୁଜିମାମୟ କରାଯିବ। କାର୍‌, ବାଇକ୍‌ ପାର୍କିଂ ପାଇଁ ବ୍ୟବସ୍ଥା ହେବ। ବସ୍‌, ଅଟୋରେ ଆସୁଥିବା ଯାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଚାଲି ଚାଲି ଷ୍ଟେସନ୍‌କୁ ଯିବେ। ବିସ୍ତିର୍ଣ୍ଣ ଖାଲି ଅଞ୍ଚଳ ରହିବା ସହ ବିଭିନ୍ନ ଡିଜାଇନ୍‌ କରାଯିବ। ଏବେ ସୁଦ୍ଧା ମୁଖ୍ୟ ପ୍ରବେଶ ପଥରେ ଥିବା କୋଠାର ତଳ ମହଲା ସହ ୪ ମହଲା ଏବଂ କଟକ ରୋଡ୍‌ ପାର୍ଶ୍ବର ତଳ ମହଲା ସହ ଦୁଇ ମହଲା ବିଲ୍‌ଡିଂ କାର୍ଯ୍ୟ ଶେଷ ହୋଇଛି। ଉଭୟ ପାର୍ଶ୍ବ କାମ ସରିଥିବା ବେଳେ ଏବେ ଆଭ୍ୟନ୍ତରୀଣ କାର୍ଯ୍ୟ ଜାରି ରହିଛି। ଉଭୟ ପାର୍ଶ୍ବର ଏଲିଭେଟେଡ୍‌ ରୋଡ୍‌, ପ୍ଲାଟ୍‌ଫର୍ମ ଛାତ କାମ ଶେଷ ହେବା, ସମନ୍ବିତ ଯାତ୍ରୀ ପରିଚାଳନା ବ୍ୟବସ୍ଥା, ଫୁଟ୍‌ଓଭର ବ୍ରିଜ୍‌ (ଏଫ୍‌ଓବି)ର ପାଖାପାଖି ଅଧାଭାଗ କାର୍ଯ୍ୟ ଶେଷ ହୋଇଛି। ୨୦୨୫ ପ୍ରଥମାର୍ଦ୍ଧରେ ଷ୍ଟେସନ୍‌ର ଏକ ନମ୍ବର ପ୍ଲାଟଫର୍ମ ପାର୍ଶ୍ବ କାର୍ଯ୍ୟ ଶେଷ କରି ପ୍ରଥମ ପର୍ଯ୍ୟାୟରେ ଉଦ୍‌ଘାଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe