ଭୁବନେଶ୍ୱର: ୬୭ ନମ୍ବର ୱାର୍ଡର ବିଜେଡି କର୍ପୋରେଟର୍ ପ୍ରାର୍ଥିନୀ ମିଲନ ଦେବୀ ଆଜି ଜୋର୍ଦାର ପ୍ରଚାର କରିଛନ୍ତି। ବିଭିନ୍ନ ଗଳିକନ୍ଦି ବୁଲି ବିଜେଡିକୁ ଭୋଟ୍ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଟାଣ କରିବାକୁ ନିବେଦନ କରିଥିଲେ। ତାଙ୍କ ସହ ସାମିଲ ହୋଇଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ। ସୁନ୍ଦରପଦା ଗ୍ରାମ ସମେତ କପିଳପ୍ରସାଦ, ଆଜାଦ ନଗର, ଅଭିରାମ ବସ୍ତି, ଯୋଗେଶ୍ୱର ପାଟଣା, ଏୟାରଫିଲ୍ଡ ଥାନା ଅଞ୍ଚଳରେ ବୁଲି କର୍ପୋରେଟର୍ ପ୍ରାର୍ଥିନୀ ମିଲନ ଦେବୀ ଓ ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବୁଝାଇବା ସହ ବାକି ଥିବା ଡ୍ରେନେଜ୍ ସମସ୍ୟାର ସମାଧାନ, ଖେଳ ପଡିଆର ଉନ୍ନତୀକରଣ, ହଜ୍ ପୋଖରୀର ଉନ୍ନତୀକରଣ, ବୃଦ୍ଧାଶ୍ରମ ଓ ଯୁବକ ମାନଙ୍କ ପାଇଁ ଜିମ୍ ଖୋଲା ଯିବା ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହି ଭାଇଚାରା ଅଞ୍ଚଳ ୬୭ ନମ୍ବର ୱାର୍ଡକୁ ସମସ୍ତ କ୍ଷେତ୍ରରେ ଭୁବନେଶ୍ବରର ଏକ ନମ୍ବର ତଥା ଶ୍ରେଷ୍ଠ ୱାର୍ଡରେ ପରିଣତ କରିବା ପାଇଁ ସେ ପ୍ରତିବଦ୍ଧ ବୋଲି ମିଲନ ଦେବୀ କହିଛନ୍ତି। ୱାର୍ଡରେ ସ୍ବେରେଜ କାମ ୮୦ ଭାଗ ସରିଥିବା ସହ ଡ୍ରେନ, ପିଇବା ପାଣି, ରାସ୍ତା, ଲାଇଟ ବ୍ୟବସ୍ଥା ସୁଧୁରିଛି ବୋଲି ଲୋକଙ୍କୁ କହିଥିଲେ । ଏହି ପ୍ରଚାର ସମୟରେ ୬୭ନଂ ୱାର୍ଡର ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦଙ୍କ ସହ ବହୁ ଯୁବକ, ମହିଳା ଓ ମୁରବୀ ପଦଯାତ୍ରାରେ ସାମିଲ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us